ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

କଟକ : ବାରବାଟୀ ଟି-୨୦ରେ ଦାଢ଼ ଦେଖାଇପାରିନି ଭାରତ । ଭ୍ରମଣକାରୀ ଦ.ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏକାକୀ ହେନରିଚ୍‌ କ୍ଲାସେନ୍‌ ୪୬ ବଲରୁ ୮୧ରନର ଇନିଂସ୍‌ ଖେଳି ଭାରତର ବିଜୟ ଆଶାରେ ପୂର୍ଣ୍ଣଛେଦ ପକାଇଥିଲେ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଡାକରା ପାଇଥିବା ଭାରତୀୟ ଦଳ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୪୮ରନ କରିଥିଲା । ଜବାବରେ ଦ.ଆଫ୍ରିକା ୧୮.୨ ଓଭଳରେ ୧୪୯/୬ରନ୍‌ କରି ଲକ୍ଷ୍ୟସ୍ଥଳରେ ପହିଥିଲା ।

ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

ଗୁରୁତ୍ୱପୂର୍ଣ୍ଣ ଟସ୍‌ ଜିତିଥିଲେ ଦ.ଆଫ୍ରିକା ଅଧିନାୟକ ତେମ୍ବା ବଭୁମା । ପୂର୍ବ ମ୍ୟାଚ୍‌ ଭଳି ବୋଲିଂ ନିଷ୍ପି ନେବା ସହ ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ରୁତୁରାଜ ଗାଏକ ୍ୱାର୍ଡଙ୍କ ସହ ଇଶାନ କିଷାନ ପାଳି ଆରମ୍ଭ କରିବାକୁ ପଡିଆକୁ ଆସିଥିଲେ । ହେଲେ ଏହି ଯୋଡି ପ୍ରଥମ ଓଭରରେ ଭାଙ୍ଗିଥିଲା । ରୁତୁରାଜ ୪ବଲରୁ ୧ରନ୍‌ କରି ବ୍ୟାକୱାର୍ଡ ପଏ ଫିଲïର ରବାଡାଙ୍କ ହାତରେ ଧରାପଡିଥିଲେ । ପରେ ପରେ ଇଶାନ କିଶାନ୍‌ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍‌ ପାଇଁ ୪୫ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ଲାଗୁଥିଲା ଭାରତୀୟ ସ୍କୋର ୨୦୦ରନ୍‌ ପାଖାପାଖି ପହି ଯିବ । ହେଲେ ଧୀମା ପ୍ରଦର୍ଶନ ଓ ୱିକେଟ ପ ନ ବଡ ସ୍କୋର ପାଇଁ କାଳ ସାଜିଥିଲା । ଇଶାନ୍‌ ୨୧ ବଲରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୪ରନ୍‌ କରିଥିବା ବେଳେ ଶ୍ରେୟାସ୍‌ ଆୟର ୩୫ ବଲରୁ ୪୦ରନ କରି ପ୍ରିଟୋରିୟସ୍‌ଙ୍କ ବଲରେ ୱିକେଟ ରକ୍ଷକ କ୍ଲାସେନଙ୍କ ହାତରେ ଧରାପଡିଥିଲେ । ଅଧିନାୟକ ରିଷଭ ପନ୍ତଙ୍କ ବେପରୁଆ ଇନିଂସ ଦେଖିବାକୁ ମିଳିଥିଲା । ସେ ୭ ବଲରୁ ୫ରନ କରି ମହାରାଜାଙ୍କ ଶିକାର ହୋଇଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୯ରନ୍‌, ଅକ୍ଷର ପଟେଲ ୧୧ବଲରୁ ୧୦ରନ୍‌ କରି ଶେଷ ୱିକେଟ ଭାବେ ପାଭିଲିୟନ୍‌ ଫେରିଥିଲେ । ଏହାପରେ ଆଉ ୱିକେଟ ଝଡିବାକୁ ଦେଇନଥିଲେ କା ର୍କ । ସେ ୨୧ ବଲରୁ ୨ଟି ଲେଖାଏଁ ଚୌକା ଓ ଛକା ମାରି ୩୦ରନ୍‌ କରିଥିଲେ । ହର୍ଷାଲ ପଟେଲ ୯ ବଲରୁ ୧୨ରନ୍‌ କରି ଉପଯୋଗୀ ସହାୟତା ଦେଇଥିଲେ ।

ଭାରତ ୧ରୁ ୬ ଓଭର ମଧ୍ୟରେ ପ୍ରଥମ ପାୱାର ପ୍ଲେରେ ୪୨ରନ କରି ୧ ୱିକେଟ୍‌ ହରାଇଥିଲା । ୬.୬ ଓଭରରେ ଦଳୀୟ ସ୍କୋର ୫୦ରନ ପୁରଣ ହୋଇଥିଲା । ଜଳପାନ ବିରତୀ ବେଳକୁ ଭାରତ ୯.୧ ଓଭରରେ ୬୮/୩ରନ୍‌ ସଂଗ୍ରହ କରିଥିଲା । ୧୦.୧ ଓଭରରେ ପାଣ୍ଡ୍ୟାଙ୍କ ବିପକ୍ଷରେ ଦ.ଆଫ୍ରିକାର ପ୍ରଥମ ରିଭୁ୍ୟ ଫେଲ ମାରିଥିଲା । ଭାରତର ଦଳୀୟ ସ୍କୋର ୧୪.୨ ଓଭରରେ ୧୦୦ରନ୍‌ ପୁରଣ ହୋଇଥିଲା । ଭାରତ ୨୦ ଓଭରରେ ୧୪୮/୬ରନ୍‌ କରିବାକୁ ସମର୍ଥ ହୋଇଥିବା ବେଳେ ଅନରିଚ୍‌ ନୋର୍ଟେଜ୍‌ ୨ଟି, କାଗିସୋ ରବାଡା, େୱନ୍‌ ପର୍ଣ୍ଣେଲ୍‌, ଡେ୍ୱðନ୍‌ ପ୍ରିଟୋରିଅସ୍‌ ଓ କେଶବ ମହାରାଜ ପ୍ରତ୍ୟେକ ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ ।

ଶ୍ରେୟାସଙ୍କ ଲମ୍ବା ଛକା

ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

ଟିମ୍‌ ଇଣ୍ଡିଆର ଡାହାଣହାତୀ ବ୍ୟାଟର ଶ୍ରେୟାର ଆୟର ବାରବାଟୀରେ ଧୀମା ଆରମ୍ଭ କରିଥିଲେ । କି;ୁ ସ୍ପିନର ତାବରିଏଜ୍‌ ସାମସିଙ୍କୁ ପ୍ରଥମ ଓଭରରେ ଶ୍ରେୟାସ୍‌ ଏକ ବିଶାଳ ଛକା ମାରିଥିଲେ । ବୋଲର ପଛ ସାଇଡ୍‌ ସ୍କ୍ରିନ୍‌ ଦେଇ ବଲ ପ୍ରେସ୍‌ ବକ୍ସରେ ବାଜିଥିଲା ।

ବାରବାଟୀରେ ଫେଲ ମାରିଲେ ପନ୍ତ
ଅଧିନାୟକ ରିଷଭ ପନ୍ତ ବାରବାଟୀରେ ଫେଲ ମାରିଛନ୍ତି । ସେ ଆରମ୍ଭରୁ ବଡ ସଟ୍‌ ଖେଳିବା ପ୍ରୟାସରେ ୱିକେଟ୍‌ ଫିଙ୍ଗିଥିଲେ । ୭ ବଲରୁ ମାତ୍ର ୫ରନ କରିଥିବା ପନ୍ତ ମହାରାଜାଙ୍କ ଓଭରରେ ସଞ୍ଜମତା ହରାଇ ପନ୍ତ କ୍ୟାଚଆଉଟ୍‌ ହୋଇଥିଲେ । ସେତେବେଳେ ଦଳୀୟ ସ୍କୋର ୯.୧ ଓଭରରେ ୬୮ରନ୍‌ ହୋଇଥିଲା ।

ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

ପାଣ୍ଡ୍ୟା ବୋଲï
ଦିଲ୍ଲୀ ମ୍ୟାଚରେ ଆତ୍ମବିଶ୍ୱାସ ଭରା ଇନିଂସ୍‌ ଖେଳିଥିବା ପାଣ୍ଡ୍ୟା ବାରବାଟୀରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ ବୋଲି ଆଶା କରାଯାଉଥିଲା । ହେଲେ ପର୍ଣ୍ଣୋଲଙ୍କ ୟର୍କର ବଲକୁ ବୁଝିବା ପୂର୍ବରୁ ପାଣ୍ଡ୍ୟାଙ୍କ ଲେଗ୍‌ ଷ୍ଟିକ୍‌ ଉଡି ଯାଇଥିଲା । ସେ ୧୨ ବଲରୁ ୯ରନ୍‌ କରିଥିଲେ । ଏହାପୂର୍ବରୁ ପାଣ୍ଡ୍ୟାଙ୍କୁ ଏକ ଜୀବନଦାନ ମିଳିଥିଲା । ଦ.ଆଫ୍ରିକା ଅଧିନାୟକ ତେମ୍ବା ବଭୁମା କ୍ୟାଚ୍‌ ମିଶ କରିଥିଲେ । ଏହାସେ ୍ୱ ପାଣ୍ଡ୍ୟା ଏହି ଜୀବନଦାନର ଫାଇଦା ନେଇପାରି ନଥିଲେ ।

ଶେଷ ଓଭରରେ କାର୍ତ୍ତିକଙ୍କ ଛକା

ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

ବିସ୍ପୋରକ ବ୍ୟାଟିଂ ପାଇଁ ଜଣାଶୁଣା ଦିନେଶ କାର୍ତ୍ତିକ ଶେଷ ଓଭରରେ ମନ ମୋହିଥିଲେ । ଦ.ଆଫ୍ରିକା ଦ୍ରୁତ ବୋଲର ଅନରିଚ୍‌ ନୋର୍ଟେଜ୍‌ ଓଭର ପ୍ରଥମ ୩ଟି ବଲରୁ ହର୍ଷାଲ ପଟେଲ ୫ରନ୍‌ ସଂଗ୍ରହ କରିଥିଲେ । ଏହାପରେ ଶେଷ ୩ଟି ବଲରେ କାର୍ତ୍ତିକ ୨ଟି ଛକା ଓ ଗୋଟିଏ ସିଙ୍ଗଲ ରନ୍‌ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୪୮/୬ରନ୍‌ରେ ପହ ।ଇଥିଲେ । କା ର୍କ ୨୧ ବଲରୁ ୨ଟି ଚୌକା ଓ ୨ଟି ଛକା ମାରି ଅପରାଜିତ ୩୦ରନ୍‌ କରିଥିଲେ ।

ଟାର୍ଗେଟ୍‌ ୧୪୯: ଦ.ଆଫ୍ରିକା ପାଇଁ ୧୪୯ରନ୍‌ର ବିଜୟ ଲକ୍ଷ୍ୟ ସେଟ୍‌ ହୋଇଥିଲା । ଅଧିନାୟକ ତେମ୍ବା ବଭୁମାଙ୍କ ସହ ରେଜା ହେଣ୍ଡ୍ରିକ୍ସ ପାଳି ଆରମ୍ଭ କରିଥିଲେ । ରେଜା ୩ ବଲରୁ ୪ ରନ୍‌ କରିଥିବା ବେଳେ ଭୁବନେଶ୍ୱର କୁମାର ଓପନିଂ ଯୋଡି ଭାଙ୍ଗିବାକୁ ସମର୍ଥ ହୋଇଥିଲେ । ରେଜାଙ୍କୁ କ୍ଲିନ୍‌ ବୋଲï କରି ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ଭୁବନେଶ୍ୱର ।

ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ

ଏହାପରେ ଡେ୍ୱðନ ପ୍ରିଟୋରିଅସ୍‌ ୪ରନ୍‌ ଓ ରାଶି ଭାନ ଡର ଡୁସେନ(୧)ଙ୍କ ୱିକେଟ୍‌ ମଧ୍ୟ ଅଚ୍ଛିଆର କରିଥିଲେ । ଦ.ଆଫ୍ରିକାର ଦଳୀୟ ସ୍କୋର ୨୯ରନ୍‌ ବେଳେ ଏକାକୀ ଭୁବି ୩ ୱିକେଟ ନେଇ ଭ୍ରମଣକାରୀ ଦଳର ଶିବିରରେ ହଡକମ୍ପ ସୃଷ୍ଟି କରିଥିଲେ । ଭାରତୀୟ ଶିବିରର ଏହି ଖୁସି ବେଶି ସମୟ ରହିନଥିଲା । କ୍ଲାସେନ୍‌ ୪୬ ବଲରୁ ୭ ଚୌକା ଓ ୫ ଛକା ସହାୟତାରେ ୮୧ରନ କରି ସବୁ ଅଙ୍କ ବିଗାଡି ଦେଇଥିଲେ । ଡେଭିଡ ମିଲର ୧୫ ବଲରୁ ଉପଯୋଗୀ ୨୦ରନ୍‌ କରିଥିଲେ । ତେଣୁ ଦ.ଆଫ୍ରିକା ୧୦ଟି ବଲ ପୂର୍ବରୁ ବିଜୟୀ ହୋଇପାରିଥିଲା । ଭୁବନେଶ୍ୱର କୁମାର ୪ ଓଭରରେ ୧୩ରନ ଦେଇ ୪ ୱିକେଟ୍‌ ଅଚ୍ଛିଆର କରିବାର ଆଉ ଏକ କୀ ର୍ମାନ ସ୍ଥାପନ କରିଛନ୍ତି । ତାଙ୍କୁ ବାଦ ଦେଲେ ଭାରତର ଅନ୍ୟ ସମସ୍ତ ବୋଲର ବେଶ ମହଙ୍ଗା ସାବ୍ୟସ୍ଥ ହୋଇଥିଲେ ।

Comments are closed.