ଖପ୍ରାଖୋଲ : ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ନିଜର ପେଟ ପାଟଣା ପାଇଁ ଭିଟା ମାଟି ଛାଡି ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ବାହାର ରାଜ୍ୟ କୁ ଯାଇଥାନ୍ତି । ଭୋକ ଆଗରେ ଫିକା ପଡେ ଭିଟା ମାଟିର ମୋହ । ଦୁର୍ଦ୍ଦିନ, ଅନାହାର, ବିକଳାଙ୍ଗ, ରୁଗ୍ଣଓ ନିର୍ଯ୍ୟାତନାର ଶିକାର ହୋଇ ଫେରନ୍ତି ଘରକୁ । ତଥାପି ଥମୁନି ଦାଦନ । କି;ୁ ୟାର ଭିତରେ ଖପ୍ରାଖୋଲ ବ୍ଳକ ମହରା ପଦର ପଂଚାୟତ ସର୍ଗିପାଲି ଗାଁ ରୁ ଆସିଛି ଭିନ୍ନ ଏକ ଚିତ୍ର ।

ଦୁଇ ବର୍ଷ ପୂର୍ବେ କରୋନା ସମୟରେ ହଜାର ହଜାର ଦାଦନ କାମଧନ୍ଦା ଛାଡି ପ୍ରାଣଭୟରେ ଭିଟାମାଟିକୁ ଫେରି ଆସିଥିଲେ । କାମ ଧନ୍ଦା ନପାଇ ଅତି ଦୁର୍ବିସହ ଜୀବନ ଜିଉଁ ଥିବା ବେଳେ ଖପ୍ରାଖୋଲ ପ୍ରାଣୀ ଧନ ନିରୀକ୍ଷକ ସୁଜିତ ଶତପଥୀଙ୍କ ନଜରରେ ଆସିଲେ ମହାରପଦର ପଂଚାୟତ ସର୍ଗିପାଲି ଗାଁର ଭାନୁମତି ଛତ୍ରିଆ । ଜୀବନ ର ଦୁର୍ଦିନ ସମୟରେ ଆଶା ର ଆଲୋକ ପାରି ସ୍ୱାବଲମ୍ବି ହେବା ପାଇଁ ଓ ନିଜ ଭିଟା ମାଟି ରେ ସ୍ୱାଭିମାନ ର ସହିତ ବଞ୍ଚିବା ପାଇଁ ବାଟ ଦେଖାଇ ଥିଲେ । ସରକାରୀ ସହାୟତା ରେ ଆରମ୍ଭ କଲେ କୁକୁଡ଼ା ଚାଷ । ସମୁଦାୟ ଏକ ଲକ୍ଷ ୮୦ହଜାର ଆର୍ଥିକ ସହାୟତାରେ ହେଉଥିବା କୁକୁଡ଼ା ଚାଷରେ ପ୍ରାରମ୍ଭିକ ସ୍ତରରେ ୭୨ହଜାର ଆର୍ଥିକ ସହାୟତା ପାଇ ପ୍ରାୟ ୫ ଶହଟି କୁକୁଡ଼ା ଚିଆଁରୁ ଆରମ୍ଭ ହେଲା ଫାର୍ମ । ଆଉ ଏବେ ବେଶ ଖୁସିରେ ପରିବାର ପ୍ରତିପୋଷଣ କରୁଛନ୍ତି ଭାନୁମତି । ଦେଢ଼ ମାସ ରେ ୫୦ରୁ ୬୦ ହଜାରରୁ ଉର୍ଦ୍ଧ ଉପାର୍ଜନ କରି ସ୍୍ୱାବଲମ୍ବୀ ହୋଇ ସ୍୍ୱାଭିମାନ ଜୀବନ ବଂଚିବା ଶ୍ରେୟସ୍କର ।

ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଭାନୁମତି । ସର୍ଗିପାଲି ଗାଁ ର ଭାନୁମତି ପରି ଶ୍ରୀମତୀ ଛତ୍ରିଆ ଓ ଅନ୍ୟ କେତେ ଜଣ ମଧ୍ୟ ଆରମ୍ଭ କରିଛନ୍ତି କୁକୁଡ଼ା ଚାଷ ଆଉ ସେଇଥି ପାଇଁ ସରକାରୀ ସ୍ତରରେ ଦାଦନ, ବିଧବା, ଦିବ୍ୟାଙ୍ଗ, ନିରାଶ୍ରୟ ମାନଙ୍କ ପାଇଁ ଉଦ୍ଦିଷ୍ଟ ଡିପ ଲିଟର ଜରିଆରେ ପାଞ୍ଚ ଶହ ଟିକିଆ କୁକୁଡ଼ା ଚାଷ ଆରମ୍ଭ କରି ବେଶ ଲାଭବାନ ହେଉଛନ୍ତି ଦାଦନ ପରିବାର । କରୋନା କାଳ ଅନେକ ଲୋକଙ୍କ ବୃତ୍ତି ଛଡାଇ ନେଇଥିବା ବେଲେ ଲକଡାଉନ ସମୟରୁ କୁକୁଡ଼ା ଚାଷ ଆରମ୍ଭ କରି ସ୍ୱାବଲମ୍ବୀ ସାଜିଥିବା ଭାନୁମତି ହେଉ ବା ଗାଁ ର ଅନ୍ୟ ଉଦଯୋଗୀ ମାନେ ସେମାନଙ୍କ ସଫଳତାର ଶ୍ରେୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ତଥା ପ୍ରାଣୀଧନ ନିରୀକ୍ଷକକୁ ଦେଇଥିବା ବେଳେ ଇଛା ଶକ୍ତି ସହିତ ଆତ୍ମବଳ ଓ ସହଯୋଗୀ ମାନସିକତା ଥିବା ସରକାରୀ ଅଧିକାରୀଙ୍କ ଦ୍ୱାରା ଦେଶ ତଥା କୌଣସି ସମାଜର ଉନ୍ନତି ହୋଇଥାଏ ବୋଲି କହିଛନ୍ତି ଭାନୁମତ । ନିଜରଚେଷ୍ଟା ସ୍୍ୱାବଲମ୍ବନ ଶୀଳତା ଯୋଗୁଁ ହିଁ ସ୍ୱାଭିମାନର ଜୀବନ ଆରମ୍ଭ କରି ସଫଳତା ପାଇ ହୁଏ । ଏହାର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଜଣେ ଦାଦନ ଶ୍ରମିକରୁ ଆଜି ପାଲଟିଛନ୍ତି ସ୍୍ୱାବଲମ୍ବୀ ଓ ସଫଳ ମହିଳା କୁକୁଡ଼ା ଚାଷୀ ।

Comments are closed.