ବଢୁଛି ବାଲିମେଳା ଜଳଭଣ୍ଡାର ଜଳସ୍ତର: ଖୋଲାଗଲା ୨ ଗେଟ

ସମୟ ଲାଇଭ,28/10: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାର ୨ ଟି ଗେଟ ଆଜି ଖୋଲାଯାଇଛି । ଏହି ୨ ଟି ଗେଟ ଦେଇ ମୋଟ ୮ ହଜାର କ୍ୟୁସେକ ଦଳ ପ୍ରତି ସେକେଣ୍ଡରେ ଛଡ଼ାଯାଉଛି । ବର୍ତମାନ ଜଳଭଣ୍ଡାରର ଜଳସ୍ତର ୧୫୧୬ ଫୁଟରେ ପହଂଚିଛି । ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬ ଫୁଟ ଥିବା ବେଳେ ଏହାର ବିପଦ ସଙ୍କେତ ୧୫୧୮ ଫୁଟ ରହିଛି ।

ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ଗୁରୁପ୍ରିୟା ସେତୁର ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ୱାଭିମାନ ଅଂଚଳର ଜାନବାଇ, ଖଜୂରୀଗୁଡ଼ା, ଯୋଡ଼ାମ୍ବ, ଜନ୍ତାପାଇ ପ୍ରଭୂତି ଗ୍ରାମର ଚାଷ ଜମି ଜଳମଗ୍ନ ହୋଇ ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ ଭଳି ଫସଲ ନଷ୍ଟ ହୋଇଛି ।ଗେଟ ଖୋଲାଯିବା ବେଳେ ବାଲିମେଳା ମାଟି ବନ୍ଧ ଯୋଜନାର ନିର୍ବାହୀ ଯନ୍ତ୍ରୀ କବି ପ୍ରସାଦ ନାଥ, ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉମା ଶଙ୍କର ସାହୁ ଓ ରବିନ୍ଦ୍ର କୁମାର ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ମାଛକୁଣ୍ଡ ଜଳ ଭଣ୍ଡାରର ଜଳ ଛଡ଼ାଯାଉଥିବାରୁ ଏହା ଜଲାପୁଟ ଦେଇ ବାଲିମେଳା ଜଳ ଭଣ୍ଡାର ଭିତିରେ ପ୍ରବେଶ କରୁଛି । ତେଣୁ ଜଳସ୍ତର ବୃଦ୍ଧି ପାଉଥିବା ଗେଟ ଖୋଲାଯାଇଛି ବୋଲି ପୋଟେରୁ ଜଳ ସେଚନ ପ୍ରକଳ୍ପର ମୂଖ୍ୟ ନିର୍ମାଣ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି । ଏଥିସହ ଜଳ ନିଷ୍କାସନ ପୂର୍ବରୁ ତଳିଆ ଅଂଚଳର ଲୋକଙ୍କ ସତର୍କ ସୂଚନା ଦିଆଯାଇଥିବା ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ଗୁରୁପ୍ରିୟା ସେତୁର ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ୱାଭିମାନ ଅଂଚଳର ଜାନବାଇ, ଖଜୂରୀଗୁଡ଼ା, ଯୋଡ଼ାମ୍ବ, ଜନ୍ତାପାଇ ପ୍ରଭୂତି ଗ୍ରାମର ଚାଷ ଜମି ଜଳମଗ୍ନ ହୋଇ ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ ଭଳି ଫସଲ ନଷ୍ଟ ହୋଇଛି ।ଗେଟ ଖୋଲାଯିବା ବେଳେ ବାଲିମେଳା ମାଟି ବନ୍ଧ ଯୋଜନାର ନିର୍ବାହୀ ଯନ୍ତ୍ରୀ କବି ପ୍ରସାଦ ନାଥ, ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉମା ଶଙ୍କର ସାହୁ ଓ ରବିନ୍ଦ୍ର କୁମାର ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Launching Ceremony of “AYUSHMAN BHARAT

Comments are closed.