ଏଥର ବାଲିଯାତ୍ରାରେ ଯୋଗ ଦେବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ଅତିଥିମାନଙ୍କ ପରିଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

କଟକ: ଚଳିତବର୍ଷ ବାଲିଯାତ୍ରାରେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେଉଛନ୍ତି। କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ଏହା ହେବ ପ୍ରଥମ। ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ।

ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଂଚିବା ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍ ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ। ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଏହାପରେ ଗଣକବି ବୈଷ୍ଣବ ପାଣି ମଂଚ ଯାଇ ଉଦଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଅତିଥିମାନଙ୍କୁ ବାଲିଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ମଧ୍ୟ କରାଇବେ।

Launching Ceremony of “AYUSHMAN BHARAT

Comments are closed.