ବଲାଙ୍ଗିର: ସେପ୍ଟେମ୍ବର ୩୦ : ରୋଗ ଭଲ ପାଇଁ ଲୋକ ମେଡିକାଲ୍ ଆସୁଛନ୍ତି । କି;ୁ ଏଠି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ । ଔଷଧର ଏକ୍ସପାରୀ ତାରିଖ ଦେଖୁନାହାଁନ୍ତି, ସିଧା ରୋଗୀଙ୍କୁ ଖାଇବାକୁ ଦେଇ ଦେଉଛନ୍ତି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀ । ଛାତି ରୋଗରେ ପୀଡ଼ିତ ଜଣେ ଯୁବକ ଭୀମଭୋଇ ମେଡିକାଲର ବହିଃ ବିଭାଗରେ ଦେଖାଇ ମେଡିସିନ୍ ନେଇଥିଲେ । ଘରେ ଯାଇ ଦେଖିଲା ବେଳକୁ ହସ୍ପିଟାଲରେ ଦିଆଯାଇଥିବା ମେଡିସିନର ବୈଧତା ବା ଏକ୍ସପାରୀ ଡେଟ୍ ସରିଯାଇଛି । ଔଷଧରେ ଏକ୍ସପାରୀ ତାରିଖ ଅଗଷ୍ଟ ମାସ ରହିଛି । ଏନେଇ ସେ ବୁଧବାର ମେଜିକାଲରେ ଅଭିଯୋଗ କରିଥିଲେ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ମହେନ୍ଦ୍ର ନାୟକ ଏକ୍ସପାରୀ ଔଷଧ କଥା ମାନିବା ସହ ତଦନ୍ତ କରାଯାଉଥିବା କହିଛନ୍ତି । ଅନ୍ୟପଟେ ଭୁଲ୍ ଧରା ପଡ଼ିଯିବା ପରେ ମୁହଁ ତୋଡ଼ ଦେଖାଇଛନ୍ତି ମେଡିକାଲରେ ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ । ମେଡ଼ିସିନ ପୁରୁଣା, ଯୁବକ ଜଣକ ପୁରୁଣା ମେଡିସିନ ଦେଖାଇ ଏପରି ଅଭିଯୋଗ ଆଣୁଛନ୍ତି ବୋଲି କର୍ଯ୍ୟରତ କର୍ମଚାରୀ ମାନେ ପାଲଟା ଅଭିଯୋଗ ଆଣିଛନ୍ତି । ତେବେ କିଏ ସତ କହୁଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ମେଡିକାଲ ଅଧିକ୍ଷକ ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
Comments are closed.