କାହାଣୀ ବାର ବର୍ଷ ନାୟକର…

“ନୁହେଁ ବନ୍ଧୁ ନୁହେଁ ଏ ଚିତା, ଏଦେଶ ତିମିର ତଳେ ଏ ଅଲିଭା ମୁକତି ସଳିତା’ ଜ୍ଞାନପୀଠ ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଲିଖିତ ଏହି ପଦର ଯଥାର୍ଥତା ଦର୍ଶାଉଛି ଦେଶର ବୀର ବାଳକ ବାଜି ରାଉତଙ୍କ ବଳିଦାନ। ୧୨ବର୍ଷ ବୟସରେ ଇଂରେଜଙ୍କ ଗୁଳିକୁ ଛାତି ଦେଖାଇ ଦେଇଥିଲେ ନାବିକ ବାଳକ ତଥା ବାଜି ରାଉତ।
ରାତିର ଅନ୍ଧକାରରେ ବ୍ରାହ୍ମଣୀ ନଦୀ ପାର କରିଦେବାକୁ ଇଂରେଜମାନେ ବାଜି ରାଉତଙ୍କୁ ଯେଉଁ ଆଦେଶ ଦେଇଥିଲେ ତାହା ପ୍ରତି ତାଙ୍କର ଖାତିର ନଥିଲା। ସେ କେବଳ ଚାହୁଁଥିଲେ ଦେଶବାସୀଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ।
ଓଡ଼ିଶା ମାଟିରେ ଢ଼େଙ୍କାନାଳ ଜିଲ୍ଲାରେ ୧୯୨୬ରେ ଜନ୍ମିତ ଏହି ବୀର ବାଳକ ହେଉଛନ୍ତି ସବୁଠାରୁ କମ୍‍ ବୟସର ସ୍ୱାଧୀନତା ସଂଗ୍ରାମୀ। ସେଦିନ ଥିଲା ୧୯୩୮ ମସିହା ଅକ୍ଟୋବର ୧୧। ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀ ଘାଟକୁ ଜଗିବା ପାଇଁ ବାଜି ରାଉତଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦିଆଯାଇଥିଲା ସେଥିରେ ସେ ତିଳେ ହେଁ ଖିଲାପ କରି ନଥିଲେ। ହସି ହସି ବନ୍ଧୁକ ଗୁଳି ଆଗରେ ଛାତି ପାତିଦେବାରେ ସେ ବିଚଳିତ ହୋଇପଡ଼ି ନଥିଲେ। ତାଙ୍କର ସେହି ବଳିଦାନ ପାଇଁ ଆଜି ଆବାଳ ବୃଦ୍ଧ ବନିତା ତାଙ୍କୁ ମନେ ପକାଉଛନ୍ତି।

Launching Ceremony of “AYUSHMAN BHARAT

Comments are closed.