ଫେରୁଛି ପ୍ରୋ କବାଡି ଲିଗ୍‌

ବେଙ୍ଗାଲୁରୁ: ଡିସେମ୍ବର ୨୦: ଦୀର୍ଘଦିନର ଅପେକ୍ଷା ପରେ ପୁଣି ମ୍ୟାଟକୁ ଫେରୁଛି କବାଡି ଲିଗ୍‌। କବାଡିର ଏକ ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଖେଳାଳୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଉତ୍ସାହର ସହିତ ନଜର ଆସିଛନ୍ତି। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ କବାଡି ଲିଗର ସିଜିନ୍‌ ୮ ବେଙ୍ଗାଲୁରରେ ଆରମ୍ଭ ହେବାକୁ ଯାଉଛି। ତେବେ ଲାଉଞ୍ଜରେ କିଛି ସଂଖ୍ୟକ ଦର୍ଶକ ଓ ଷ୍ଟାଣ୍ଡଆଉଟଙ୍କୁ ନେଇ ଖେଳାଯିବାର ଲକ୍ଷ ରଖାଯାଇଛି। ଖେଳ ମଧ୍ୟରେ କୋଭିଡର ସମସ୍ତ ପ୍ରୋଟୋକଲକୁ ମାନି ଖେଳାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ଅଗଷc ୨୦୧୯ର ସିଜିନ୍‌ ୭ରେ ତେଲୁଗୁ ଟାଇଟାନ୍ସ ଓ ପୁନେରୀ ପାଲଟାନ୍‌ ମଧ୍ୟରେ ଶେଷ ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଚଳିତ ଥରର ମ୍ୟାଚରେ କିଏ ଏହି ପ୍ରୋ କବାଡି ଲିଗର ଟାଇଟେଲକୁ ନିଜ ଖାତାରେ ଯୋଡୁଛନ୍ତି ସେ ନେଇ ଏବେଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା।

Launching Ceremony of “AYUSHMAN BHARAT

Comments are closed.