ତାଳ ନେଲା କୁନି ହାତୀର ଜୀବନ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହାତୀଛୁଆ ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ହାତୀର ତଣ୍ଟିରେ ଲାଖି ରହିଥିଲା ତାଳ । ତେଣୁ ହାତୀ ଛୁଆଟି କିଛି ଖାଇପିଇ ପାରୁ ନଥିଲା । X-Ray ଓ ଏଣ୍ଡୋସ୍କୋପିରେ କିଛି ପ୍ରତିବନ୍ଧକ ଥିବା ଜଣାପଡ଼ିଥିଲେ ମଧ୍ୟ ତାହା ତାଳ ବୋଲି ଜଣା ପଡ଼ି ନଥିଲା । ଦୁଇ ଦିନ ତଳେ ପାଇପ ସାହାଯ୍ୟରେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା । ପୋଷ୍ଟ ମର୍ଟମ ପରେ ଏନେଇ ଜଣା ପଡ଼ିଛି ।

ଓୟୁଏଟିର ଏକ ଟିମ୍ ଏହି ହାତୀର ଚିକିତ୍ସା କରୁଥିଲେ । ହାତୀଛୁଆ ଟି ତଣ୍ଟିରେ ତାଳ ଲାଖି ରହିବା ଯୋଗୁଁ ପାଟିରେ ଘା’ ହୋଇ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା ହାତୀ । ଗତ ୧୦ ଦିନ ହେଲା ହାତୀଛୁଆକୁ ସାଲାଇନ୍ ଦିଆଯିବା ସହ ହାତୀର ଚିକିତ୍ସା ଜାରି ରହିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ହାତୀ ଛୁଆଟି । ଏହି ଛୁଆ ହାତୀର ମୃତ୍ୟୁ ସହିତ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି ।

Govt

Comments are closed.