ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’

ଲଇକେରା/ଝାରସୁଗୁଡ଼ା : ଦେଶ ବିଦେଶର ଅନେକ ଏପରି ସ୍ଥାନ ରହିଛି ଯେଉଁଠାରେ ପ୍ରାକୃତିକ ବିଭବକୁ ଛାଡ଼ି ଆଉ କିଛି ନାହିଁ । ମାତ୍ର ସେହି ସ୍ଥାନ ପର୍ଯ୍ୟଟନରେ ଶୀର୍ଷରେ ପହଞ୍ଚି ପାରିଛି । ଉତ୍ତରାଞ୍ଚଳ ରାଜ୍ୟରେ ପାହାଡ଼, ଜଙ୍ଗଲକୁ ଛାଡ଼ି ଆଉ କିଛି ନାହିଁ । ମାତ୍ର ସେଠାକୁ ବର୍ଷସାରା ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ମେଘାଳୟ ରାଜ୍ୟରେ ଅନେକ ଗୁମ୍ଫାର ଉନ୍ନତି କରାଯାଇ ସେହି ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ର କରାଯାଇଛି । ଓଡ଼ିଶାରେ ମଧ୍ୟ ଏପରି ଅନେକ ପ୍ରାକୃତିକ ସେନ୍ଦର୍ଯ୍ୟ ଭରା ସ୍ଥାନ ଅଛି ଯାହା ଲୋକଲୋଚନଠାରୁ ବହୁ ଦୂରରେ ରହିଛି । ଖଣି ଖାଦାନ ଓ ଶିଳ୍ପ କାରଖାନା ଯୋଗୁଁ ପରିଚୟ ସୃଷ୍ଟି କରି ପାରିଥିବା ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ପରିମାଣରେ ଜଙ୍ଗଲ ନାହିଁ ।
ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’

ମାଟି ତଳେ କଳାହୀରା ମହଜୁଦ୍‌ ରହିଥିବା ଯୋଗୁଁ ଏହା କେବଳ ଖନନ ହେବା ଛଡ଼ା ଆଉ କେଣସି କାମରେ ଲାଗୁନାହିଁ । ଜିଲ୍ଲାରେ ଅନେକ ପ୍ରାକୃତିକ ଓ ଐତିହାସିକ ସ୍ଥଳୀ ବିକାଶର ସ୍ୱପ୍ନ ଦେଖି ଦେଖି ନଷ୍ଟ ହେବାରେ ଲାଗିଛି । ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଗ୍ରାମରେ ଥିବା ‘ବାବାଡେରା ଗୁମ୍ଫା’ ଏଭଳି ଏକ ପ୍ରାକୃତିକ ସ୍ଥାନ ଯାହା ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ମାତ୍ର ଏହି ସ୍ଥାନର ପ୍ରଚାର ପ୍ରସାରର ଅଭାବ ଯୋଗୁଁ ଲୋକଲୋଚନରୁ ବହୁ ଦୂରରେ । ପାକେଲପଡ଼ା ଗ୍ରାମର ପୂର୍ବ ଦିଗକୁ କିଛି ଦୂର ଗଲେ ବାଟରେ ପଡ଼େ ଦୁଇଟି ପାହାଡ଼ ।

ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’

ବାମପଟେ ରହିଛି ଭାଇବହେନ ପାହାଡ଼ ଏବଂ ଡାହାଣକୁ ରହିଛି ବୁକୁଟେନ ପାହାଡ଼ । ବିର୍ସ୍ତିଣ୍ଣ ସବୁଜିମା ମଧ୍ୟରେ ଥିବା ଏହି ଦୁଇ ପାହାଡ଼କୁ ନେଇ ଅନେକ ଲୋକକଥା ରହିଛି । ଭାଇବହେନ ପାହଡ଼ରେ ରହିଛି ଏକ ‘ଗୁମ୍ଫା’ ଯେଉଁ ଗୁମ୍ଫାରେ ବହୁ ବର୍ଷ ପୂର୍ବରେ ଜଣେ ସାଧୁ ରହି ସାଧାନା କରୁଥିବାରୁ ଏହି ଗୁମ୍ଫାକୁ ବାବାଡେରା ଗୁମ୍ଫା ନାମକରଣ କରାଯାଇଛି । ଗୁମ୍ଫାରେ ଉକ୍ତ ସାଧୁ ସନ୍ଧ୍ୟାହେଲେ ଖଞ୍ଜଣୀ ବଜାଇ ଭଜନ କରୁଥିବା ବେଳେ ତାହା ଗାଁ ପର୍ଯ୍ୟନ୍ତ ଶୁଣାଯାଉଥିଲା । ସାଧୁ ସକାଳେ ଗୁମ୍ଫାରୁ ବାହାରି ଗ୍ରାମରେ ଭିକ୍ଷା କରି ପୁଣି ସେଠାକୁ ଫେରିଯାଉଥିଲେ ।
ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’

ଗୁମ୍ଫାତଳେ ସାଧୁ ଅନେକ ଥର ଆଧ୍ୟାତ୍ମିକ ସମାରୋହ କରୁଥିବା ବେଳେ ସେଥିରେ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ସଂକୀର୍ତ୍ତନ ମଣ୍ଡଳୀ ଆସି ଯୋଗ ଦେଉଥିବାରୁ ସାରା ଜଙ୍ଗଲ ପ୍ରକମ୍ପିତ ହୋଇ ଉଠୁଥିଲା । ଏହି ଜଙ୍ଗଲରେ ଅନେକ ପ୍ରଜାତୀର ବନ୍ୟଜ;ୁ ମଧ୍ୟ ଥିଲେ । ସାଧୁ ଗୁମ୍ଫାରେ ରହୁଥିବାରୁ ଗ୍ରାମବାସୀ ଓ ଏହି ଗୁମ୍ଫା ମଧ୍ୟରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ସଂପର୍କ ରହି ଆସିଥିଲା । ପରେ ଉକ୍ତ ସାଧୁ ଏକ ଭାଲୁ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା କୁହାଯାଏ । ସେହି ଦିନଠାରୁ ଗୁମ୍ଫାରୁ ଗ୍ରାମବାସୀଙ୍କ ଭାବଗତ ସଂପର୍କ କମି ଯାଇଥିଲା । ଏହି ଭାଇବହେନ ପାହାଡ଼ ନିକଟରେ ଅନ୍ୟଏକ ଗମ୍ବୁଜ ପରି ବିରାଟ ପଥର ରହିଛି ।

ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’

ଏହି ଗମ୍ବୁଜ ପଥରକୁ ଲୋକେ ‘ପିତାବହଲିଆ’ ବହଳିଆ ବୋଲି ନାମକରଣ କରିଛନ୍ତି । ଏହି ପଥରକୁ ପୂଜାକଲେ ମନସ୍କାମନା ପୂରା ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଥିବାରୁ ଏବେବି ଲୋକେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ସ୍ଥାନକୁ ଯାତାୟତ ପାଇଁ ଭଲ ରାସ୍ତା ଓ ଏହି ପାଡାଡ଼ର ଉନ୍ନତିକରଣ କରାଗଲେ ଏହି ‘ବାବାଡେରା ଗୁମ୍ଫା’ ଓ ‘ପିତାବହଲିଆ ପଥର’ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକୃଷ୍ଟ କରିବ ଏଥିରେ ସଂଦେହ ନାହିଁ ।

Govt

Comments are closed.