ଏଲୋପାଥିକ ଏବଂ ଟୀକାକରଣ ସମ୍ପର୍କରେ ବିବୃତ୍ତି ଦେଇ ଅଡୁଆରେ ବାବା ରାମଦେବ : ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ:ଏଲୋପାଥିକ ଚିକିତ୍ସା ପଦ୍ଧତି କୁ ନେଇ ବାବା ରାମଦେବ ଙ୍କ ବିବାଦୀୟ ବୟାନ I କରୋନା ମହାମାରୀ ସମୟରେ ଏଲୋପାଥି ଚିକିତ୍ସା ଏବଂ ଟୀକାକରଣ ବିରୋଧରେ ବାବା ରାମଦେବଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଙ୍କ ଅସନ୍ତୋଷ ବ୍ୟକ୍ତ I ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ଆବେଦନ ଶୁଣାଣି କରୁଥିବାବେଳେ ସୁପ୍ରିମକୋର୍ଟ ବାବା ରାମଦେବ ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ଏବଂ ୪ ସପ୍ତାହ ମଧ୍ୟରେ ଏହାର ଜବାବ ମାଗିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଲୋକଙ୍କୁ ଏଲୋପାଥୀ ଚିକିତ୍ସା ବିରୁଦ୍ଧରେ କହି ଭ୍ରମିତ ନକରିବାକୁ ରାମଦେବଙ୍କୁ ପରାମର୍ଶ ଦେଇଥିଲେ।

ଆଜି ଭାରତୀୟ ମେଡିକାଲ ସଂଘ ଦାଖଲ କରିଥିବା ପିଟିସନ ଉପରେ ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ପତଞ୍ଜଳି ଆୟୁରବେଦ ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଏଲୋପାଥି ବିରୁଦ୍ଧରେ ବିଜ୍ଞାପନ ଦେଖାଇବାକୁ ନେଇ ମଧ୍ୟ ଜବାବ ମାଗିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସୁପ୍ରିମକୋର୍ଟରେ ଏକ ଆବେଦନ ରେ ଦର୍ଶାଇ ଥିଲେ ଯେ ବାବା ରାମଦେବ କ୍ରମାଗତ ଭାବରେ ଏଲୋପାଥିକ ଚିକିତ୍ସା ବିରୁଦ୍ଧରେ ଦୁଷପ୍ରଚାର ଚଳାଇଛନ୍ତି I ଏଥିସହ ଏଲୋପାଥୀ ଔଷଧ ଓ ଟିକାକାରଣ ବିରୋଧରେ ରାମଦେବ ଦେଇଥିବା ମନ୍ତବ୍ୟକୁ ନେଇ ଅସନ୍ତୋଷ କରିଛନ୍ତି ସୁପ୍ରିମ କୋର୍ଟ ।

ଆଇଏମଏର ଆବେଦନ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଥିଲେ ଯୋଗ ଗୁରୁ ବା ଯୋଗକୁ ଅଧିକ ପ୍ରସାର କରିଥିବାରୁ ଆମେ ତାଙ୍କୁ ସମ୍ମାନ କରୁ, କିନ୍ତୁ ସେ ଅନ୍ୟ ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ I ତାଙ୍କୁ ଅନ୍ୟ ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ କରିବା ଠାରୁ ଦୂରେଇ ରହିବା ଉଚିତ୍ I ବାବା ରାମଦେବ କିପରି ଅନ୍ୟ ଚିକିତ୍ସା ବ୍ୟବସ୍ଥାର ବିରୋଧରେ କହୁଛନ୍ତି। କୋର୍ଟ ଜାଣିବାକୁ ଚାହାଁନ୍ତି ଯେ ସେ କିପରି ଗ୍ୟାରେଣ୍ଟି ଦେଇ ପାରିବେ ଯେ ସେ ସମସ୍ତ ରୋଗରୁ ଆରୋଗ୍ୟ କରିପାରିବେ?’

Govt

Comments are closed.