ଫ୍ୟାନଙ୍କ ଚିଠି ସାଇତି ରଖନ୍ତି ଆୟୁଷ୍ମାନ

ମୁମ୍ବାଇ: ସେପ୍‌ଟେମ୍ବର ୨୨: ବି-ଟାଉନର ସବୁଠୁ ବଡ଼ ଏଣ୍ଟରଟେନର୍‌ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଟ୍ୟାଲେଣ୍ଟର ପାୱାର ହାଉସ୍‌ ବଲିଉଡ୍‌ର ପୋଷ୍ଟର ବୟ ଆୟୁଷ୍ମାନ ଖୁରାନା ହେଉଛନ୍ତି ସେହି ଅଭିନେତା ଯିଏ କି ନିଜର ଦକ୍ଷତାକୁ ବାରମ୍ବାର ବଡ଼ ପରଦାରେ ପ୍ରମାଣିତ କରିଚାଲିଛନ୍ତି । ବଲିଉଡ୍‌କୁ ବ୍ୟାକ୍‌ ଟୁ ବ୍ୟାକ୍‌ ୮ଟି ହିଟ୍‌ ଫିଲ୍ମ ଦେବା ପରେ ଯୁବ ତାରକା ଆୟୁଷ୍ମାନ ଖୁରାନାଙ୍କ ପ୍ରତିଷ୍ଠା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫିଲ୍ମ ଚୟନର କଳା ଯୋଗୁଁ ତାଙ୍କୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ତେଣୁ ପ୍ରଶଂସକଙ୍କଠାରୁ ମିଳୁଥିବା ଭଲ ପାଇବାକୁ ସେ ସମ୍ଭାଳି କରି ରଖିଥାନ୍ତି ।
ନିକଟରେ ଆୟୁଷ୍ମାନ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ପ୍ରଶଂସକଙ୍କଠାରୁ ପାଇଥିବା ପ୍ରତ୍ୟେକ ହାତ ଲେଖା ଚିଠିକୁ ସଂଗ୍ରହ କରିଥାନ୍ତି ଏବଂ ସେଗୁଡ଼ିକୁ ସାଇତି କରି ରଖିବାକୁ ସେ ଭଲ ପାଆନ୍ତି । ଏହାସହ ଆୟୁଷ୍ମାନ କହିଛନ୍ତି ଯେ ତାଙ୍କୁ ଚିଠି ଲେଖିବା ବହୁତ ପସନ୍ଦ ଏବଂ ଅତି ଧ୍ୟାନର ସହ ନିଜ ପ୍ରିୟଜନଙ୍କ ପାଖକୁ ପଠାଇଥାନ୍ତି । ଏହା ପୁରୁଣା ଦୁନିଆର ଏକ ଯାଦୁ ପରି ଯାହା ତାଙ୍କୁ ଆଜି ବି ବାନ୍ଧି ରଖିଛି । ତେଣୁ ସେ ତାଙ୍କର ଶୁଭଚିନ୍ତକଙ୍କଠାରୁ ଆଜି ବି ହସ୍ତଲିଖିତ ଚିଠି ଲଗାତର ପାଉଛନ୍ତି । ପ୍ରତି ପ୍ରଶଂସକଙ୍କର ଚିଠିକୁ ପଢ଼ିଥାଆନ୍ତି ଏବଂ ତାଙ୍କର ପ୍ରେମ ପ୍ରେରଣା ଦେଉଛି ବୋଲି ଆୟୁଷ୍ମାନ କହିଛନ୍ତି । କେବଳ ସେତିକି ନୁହେଁ କିଛି ଚିଠିରେ ଫିଡ୍‌ବ୍ୟାକ୍‌ ମଧ୍ୟ ମିଳିଥାଏ ଯାହା ଦ୍ୱାରା ସେ ଆହୁରି ପରିଶ୍ରମ କରିବା ପାଇଁ ପ୍ରେରଣା ପାଇଥାନ୍ତି ବୋଲି ଆୟୁଷ୍ମାନ କହିଛନ୍ତି । ଏଥିସହ ଆୟୁଷ୍ମାନ ଏବେ ଡକଫର ଜି ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହ ଅଭିନେତ୍ରୀ ରକୁଲ ପ୍ରୀତି ସିଂହ ସହ କଳାକାର ଭାବେ କାମ କରୁଛନ୍ତି । ଏହା ବ୍ୟତୀତ ଖୁବଶୀଘ୍ର ଚଣ୍ଡିଗଡ କରେ ଆଶିକି ଏବଂ ଅନେକ୍‌ ଫିଲ୍ମରେ ନଜର ଆସିବେ ।

Comments are closed.