ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତି ସ୍ୱାସ୍ଥ୍ୟ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ଶରୀରର ସୁରକ୍ଷା ପ୍ରଣାଳୀର ଏକ ଅଂଶ ହୋଇଥାଏ, ଯାହା ରୋଗ ବୈରାଗ୍ୟ ସହିତ ବିଭିନ୍ନ ପ୍ରକାରର ସଂକ୍ରମଣରୁ ମୁକ୍ତି ଦେଇଥାଏ । ଏହାକୁ ବୃଦ୍ଧି କରିବା ଲାଗି ଅନେକ ଉପାୟ ରହିଛି । ଲାଇଫ୍ଷ୍ଟାଇଲ୍ରେ ସକାରାତ୍ମକ ପରିବର୍ତ୍ତନ ଠାରୁ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ସହିତ ପ୍ରତ୍ୟହ ବ୍ୟାୟାମ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତିକୁ ବଢାଯାଇପାରିବ। ହେଲେ ଏହି ପ୍ରସଙ୍ଗରେ ଆୟୁର୍ବେଦିକ ଉପାୟ ସବୁଠୁ ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ । ଏହା ଅନ୍ତର୍ଗତ ଘରେ ଥିବା କେତେକ ଜଡିବୁଟି ଓ ମସଲାର ଉପଯୋଗ କରାଯାଇ ଇମ୍ୟୁନ୍ ସିଷ୍ଟମକୁ ବୃଦ୍ଧି କରିହେବ ।
– ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ସବୁଠୁ ପ୍ରଥମେ ରହିବ ତୁଳସୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍, ଆଣ୍ଟିବ୍ୟାକେଫରିଆଲ୍, ଆଣ୍ଟିଭାଇରାଲ୍, ଆଣ୍ଟିଫ୍ଲì, ଆଣ୍ଟିବାୟୋଟିକ୍,ଆଣ୍ଟିଇମ୍ଫ୍ଲେମେଣ୍ଟାରୀ, ଭିଟାମିନ୍ ଏ’ ଓ ସି’ ଜିଙ୍କ୍, କ୍ୟାଲସିୟମ୍ ଏବଂ ଆଇରନ୍ ଭଳି ଅନେକ ଔଷଧୀୟ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ ହେବ । ଏହା ଇମୁ୍ୟନିଟି ବଢାଇବାରେ ମଧ୍ୟ ବେଶ୍ ସକ୍ଷମ ହେବ । ଏହି ପତ୍ରକୁ ଆପଣ କାଢା କରି ପିଇବା ସହିତ ପ୍ରତ୍ୟହ ସକାଳେ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ସଂକ୍ରମଣ କମି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
– ଗିଲୟକୁ ପ୍ରାକୃତିକ ଚିକିତ୍ସା ରୂପେ ଇମ୍ୟୁନିଟି ବଢାଇବାରେ ବି ବ୍ୟବହାର କରିପାରିବା।କୋଭିଡ୍ ସମୟରେ ଇମ୍ୟୁନିଟି ସିଷ୍ଟମ୍କୁ ମଜଭୂତ କରିବା ଲାଗି ଗିଲୟ ରସ ସେବନ କରିବା ଲାଗି ଡାକ୍ତରମାନେ ପରାମର୍ଶ ଦେଉଥିଲେ ।
– ଅଅଁଳାରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିଅମ୍, ଆଇରନ୍, ପୋଟାସିଅମ୍, ଫ୍ଲେଭୋନଏଡ୍ ଏବଂ ଫାଇବର୍ ଆଦି ପୋଷକ ତତ୍ତ୍ୱ ରହିଛି । ଯାହା ଶରୀରକୁ ବିଭିନ୍ନ ରୋଗ ସହିତ ଲଢିବା ପାଇଁ ସାହାଯ୍ୟ କରିବ । କଞ୍ଚା ଅଁଳାକୁ ମହୁ ସହିତ ସେବନ କରିବା ଦ୍ୱାରା ଭଲ ଫଳ ମିଳିଥାଏ ।
– ସେହିପରି ହଳଦୀ ଓ ଅଶ୍ୱଗନ୍ଧାରେ ମଧ୍ୟ ଆୟୁର୍ବେଦିକ ଗୁଣ ଭରପୂର ରହିଛି । ଯାହା ଶରୀରର ଇମ୍ୟୁନିଟି ସିଷ୍ଟମ୍କୁ ଶକ୍ତ କରିବ ।

Comments are closed.