ଅନୁଗୁଳ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ସଦର ଖଣ୍ଡହତା ନିକଟରେ ଦୁର୍ଘଟଣା ଘଟିଛି । ପାଣି କାଦୁଅ ଭିତରେ ଅଟୋଟି ବୁଡି ରହି ଥିବାବେଳେ ତା’ଉପରେ କାରଟି ଚଢି ଯାଇଛି । ବର୍ତ୍ତମାନ କାଦୁଅ ଭିତରୁ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ବାହିନୀ ସହାୟତାରେ କାରଟିକୁ ଉଠାଇବାକୁ ଚେଷ୍ଟା କରାଯାଉଛି ।
ଶେଷ ସୂଚନା ଅନୁସାରେ,ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତକମାନେ ହେଲେ ଅଟୋ ଚାଳକ ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ। ସୁନୀତା ସେଠୀ ଓ ୧୨ ବର୍ଷର ପୁଅ ଗୁରୁତର ଅଛନ୍ତି। ଏମାନେ ସମସ୍ତେ ଢେଙ୍କାନାଳଜିଲ୍ଲା ରସୋଳ ଥାନା କାରନ୍ଦା ଗାଁର ଲୋକ ବୋଲି ଜଣାପଡ଼ିଛି। ଅନୁଗୁଳ ସଦର ଥାନା ଖଣ୍ଡହତା ନିକଟରେ ଶନିବାର ଅପରାହ୍ଣରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
