ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ । ବାସଭବନରେ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ନାମ ରାଜେଶ ଖିମଜୀ । ତାଙ୍କ ଘର ଗୁଜୁରାଟ ରାଜକୋଟରେ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ମୁଣ୍ଡରେ ଚେୟାର ବାଜି ଯିବାରୁ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

ଆଜି ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଏହି ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ । ଯୁବକ ଜଣକ କିଛି କାଗଜ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଜୋରରେ ଚିଲେଇଥିଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଥିଲେ । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ପରେ ତାଙ୍କ ବାବଦରେ ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ବିରାଟ ପ୍ରଶ୍ନ ଉଠିଛି ।

Comments are closed.