ମେ ୧ ରୁ ମହଙ୍ଗା ହେବ ଏଟିଏମରୁ ଟଙ୍କା ଉଠାଣ

ନୂଆଦିଲ୍ଲୀ : ବଦଳିବ ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ନିୟମ । ମେ ୧ ତାରିଖରୁ ଏଟିଏମ ବ୍ୟବହାରକାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) । ଏଣିକି ମାଗଣା ଟ୍ରାଞ୍ଜାକ୍‌ସନ ପରେ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ନୂଆ ନିୟମ ଲାଗୁ ହେବା ଦ୍ୱାରା ଏଟିଏମ୍‌ରୁ ନଗଦ ଉଠାଣ ମହଙ୍ଗା ହୋଇଯିବ । ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର (NPCI) ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ।

ନୂଆ ନିୟମ ଅନୁସାରେ, ସଞ୍ଚୟ ଖାତାଧାରୀଙ୍କୁ ପ୍ରତିମାସ ନିଜ ବ୍ୟାଙ୍କ ଏଟିଏମ୍‌ରୁ ୫ଟି ମାଗଣା ଟଙ୍କା ନେଣ-ଦେଣ ସୁବିଧା ପାଇଥାନ୍ତି । ଏହି ସୁବିଧା ମେଟ୍ରୋ ସହର ବାସୀଙ୍କ ପାଇଁ ୫ ଟି ସୁବିଧା ଥିବାବେଳେ ଅଣ-ମେଟ୍ରୋ ସହରଗୁଡ଼ିକ ପାଇଁ ୩ ଟି ସେବା ଉଦ୍ଦିଷ୍ଟ ରହିଛି । ଏଥିରେ ଅର୍ଥ କାରବାର ,ନଗଦ ଉଠାଣ, ବାଲାନ୍ସ ଚେକ୍‌ କରିବା, ପିନ୍‌ ବଦଳାଇବା, ମିନି ଷ୍ଟେଟ୍‌ମେଣ୍ଟ ବାହାର କରିବା ଇତ୍ୟାଦି ରହିଛି । ତେବେ ଏହି ମାଗଣା ସେବା ପରେ ଏଟିଏମ ଗ୍ରାହକ ଯଦି ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କରୁ ଏଟିଏମ ବ୍ୟବହାର କରନ୍ତି ତେବେ ଏହା ଉପରେ ତାଙ୍କୁ ଶୁଳ୍କ ଦେବାକୁ ପଡିବ । ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁସାରେ, ମାଗଣା ଟ୍ରାଞ୍ଜାକ୍‌ସନ ପରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଗ୍ରାହକ ୨୩ ଟଙ୍କାର ଶୁଳ୍କ ଗଣିବେ, ଯାହା ବର୍ତ୍ତମାନ ୨୧ ଟଙ୍କା ରହିଛି । ଏଥିପାଇଁ ଅତିରିକ୍ତ ୨ ଟଙ୍କା ଦେବାକୁ ପଡିବ ।

Launching Ceremony of “AYUSHMAN BHARAT

Comments are closed.