୧୨.୧ ରେ ଉଡାଣ ଭରିବ ସ୍ପେଶ୍ ଏକ୍ସର ମିଶନ୍ ଆକ୍ସିଅମ୍ , ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଶୂୁଭେଚ୍ଛା ଜଣାଇଲେ ବାପା-ମାଆ
ନୂଆଦିଲ୍ଲୀ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିବେ ଭାରତର ସୁନାପୁଅ ଶୁଭାଂଶୁ । ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଶୂୁଭେଚ୍ଛା ଜଣାଇଲେ ବାପା-ମାଆ। କେତେବେଳେ ଏହି ମିଶନ ଆରମ୍ଭ ହେବ ଏହାକୁ ନେଇ ଶୁଭାଂଶୁଙ୍କ ବାପାମାଆଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ବାପା ଶଂଭୁ ଦୟାଲ ଶୁକ୍ଲା ଓ ମାଆ ଆଶା ଶୁକ୍ଲା ପୁଅ ଶୁଭାଂଶୁଙ୍କୁ ମହାକାଶ ଯାତ୍ରା ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଆମର ସମସ୍ତ ଆଶୀର୍ବାଦ ପୁଅ ଶୁଭାଂଶୁଙ୍କ ଉପରେ ରହିଛି ବୋଲି କହିଛନ୍ତି ଉଭୟ।
ସେ କହିଛନ୍ତି ଆମେ ସମସ୍ତେ ଖୁସି ଯେ ଉତ୍ତରପ୍ରଦେଶ ତ୍ରିବେଣୀ ନଗରର ଜଣେ ପିଲା ଆଜି ମହାକାଶକୁ ଉଡାଣ ଭରିବାରୁ ଯାଉଛି । ଆମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପୁଅ ପାଇଁ ରହିଛି । ତେବେ ପୁଅର ଏହି ସଫଳତା ପଛରେ ବୋହୂର ବଡ ହାତ ଥିବା କହିଛନ୍ତି ମାଆ । ସେ କହିଛନ୍ତି ବୋହୂ ବିନା ପୁଅର ଏ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ।
ମିଶନ ଯେପରି ସଫଳ ହେବ ସେଥିଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶୁଭାଂଶୁଙ୍କ ବାପାମା। ଲକ୍ଷ୍ନୌ, ରାଜ୍ୟ ଏବଂ ଦେଶ ପାଇଁ ଗୌରଣ ଆଣିଦେବେ ଶୁଭାଂଶୁ ଶୁକ୍ଲା।
ସୂଚନାନୁସାରେ,ଭାରତୀୟ ସମୟ ମଧ୍ୟାହ୍ନ ୧୨.୧ରେ ଆରମ୍ଭ ହେବ ଅଭିଯାନ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଏକାଧିକ ଥର ବାତିଲ ପରେ ଆଜି ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍ ଏକ୍ସର ମିଶନ୍ ଆକ୍ସିଅମ୍ (ଏଏକ୍ସ-୪) ।
ବହୁପ୍ରତୀକ୍ଷିତ ଆକ୍ସିଅମ-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ-ଆଇଏସଏସକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ପୂର୍ବରୁ ବହୁବାର ଖରାପ ପାଗ ଯୋଗୁ ଏହି ଅଭିଯାନ ସ୍ଥଗିତ ରହିଥିଲା ବୋଲି କହିଥିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ- ଇସ୍ରୋ । କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ଏଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ। ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ।

Comments are closed.