ଉଦଳା RWSS ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ

ଭୁବନେଶ୍ୱର: ଆଜି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା RWSS (ରୁରାଲ୍‌ ୱାଟର ସପ୍ଲାଇ ଆଣ୍ଡ ସାନିଟେସନ୍‌)ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ଭିଜିଲାନ୍‌ସ ଚଢ଼ାଉ କରିଛି । ଭିଜିଲାନ୍‌ସ ଏକାକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ରବିନାରାୟଣଙ୍କର ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ୱର ଭିଜିଲାନ୍‌ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହିଚଢ଼ାଉ କରାଯାଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଆଇଗିଣିଆରେ ଥିବା ତିନି ମହଲା କୋଠା ଦୋକାନ, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଏସପିଏସ କନଷ୍ଟ୍ରକସନ୍‌ କନସଲଟାନସି, ପାତ୍ରପଡ଼ାରେ ଥିବା ଟୁ-ବିଏଚକେ ଫ୍ଲାଟ, ନୟାପଲ୍ଲୀରେ ଥିବା ତ୍ରବେଣୀ ଅଟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁରରେ ଥିବା ପେତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର କଂସରାରେ ଥିବା ଶଶୁର ଘର, ମୟୂରଭଞ୍ଜର ଉଦଳାରେ ଥିବା ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍‌ସ ଟିମ୍‌ ଚାଉ କରିଛି । ଚଢ଼ାଉ ଟିମ୍‌ରେ ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଇନ୍ସପେକଫର, ଜଣେ ସବ୍‌-ଇନ୍ସପେକଫର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.