ଆଜିଠୁ ଏସିଆ କପ: ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ : ଏସିଆ କପ୍‌ ଟି-୨୦ ପ୍ରତିଯୋଗିତା ଶନିବାରଠୁ ୟୁଏଇରେ ଆରମ୍ଭ ହେବାକୁଯାଉଛି । ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଶ୍ରୀଲଙ୍କା ଗତି କରୁଛି । ତେଣୁ ଏସିଆ କପ୍‌ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତର ହୋଇଥିଲା । ଏହା ସତ୍ତେ୍ୱ ଶ୍ରୀଲଙ୍କା ଆୟୋଜକ ରହିଛି । ରାଉଣ୍ଡ ରବିନ ଓ ନକଆଉଟ୍‌ ଫର୍ମାଟରେ ଏସିଆ କପ୍‌ ଟି-୨୦ ଖେଳାଯିବ । ଏଥିରେ ୬ଟି ଦଳ ଭାଗ ନେଇଥିବା ବେଳେ ମୋଟ୍‌ ୧୩ଟି ମ୍ୟାଚ ଖେଳାଯିବ । ଶେଷଥର ପାଇଁ ୨୦୧୮ରେ ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳାଯାଇଥିଲା ।

 ଆଜିଠୁ ଏସିଆ କପ: ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ ଶନିବାର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । ଭାରତୀୟ ସମୟ ରାତି ୭.୩୦ରେ ଆରମ୍ଭ ହେବ । ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଅକେଫାବର-ନଭେମ୍ବରରେ ଆୟୋଜନ ହେବାର ଅଛି । ଏହା ପୂର୍ବରୁ ଏସିଆ ମହାଦେଶର ୬ଟି ଯାକ ଦକ୍ଷ ଦଳ ବିଶ୍ୱକପ୍‌ ପ୍ରସ୍ତୁତି ଏସିଆ କପ୍‌ ଜରିଆରେ ଶେଷ କରିବେ ।

 ଆଜିଠୁ ଏସିଆ କପ: ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

୬ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଗ୍ରୁପ୍‌ ଏ’ରେ ଭାରତ, ପାକିସ୍ତାନ ଓ ହଂକଂ ସ୍ଥାନ ପାଇଛନ୍ତି । ଭାରତ ଓ ଚିରଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ପରସ୍ପରକୁ ରବିବାର ଭେଟିବେ । ଏହି ମ୍ୟାଚ ମଧ୍ୟ ଦୁବାଇରେ ରାତି ୭.୩୦ରେ ଖେଳାଯିବ । ସେହିଭଳି ଭାରତ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ଦ୍ୱିତୀୟ ତଥା ଶେଷ ମ୍ୟାଚ ଖେଳିବ । ସମସ୍ତ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇଟି ମ୍ୟାଚ ଖେଳିବେ । ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି । ୨୭ରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ୩୦ରେ ଆଫଗାନିସ୍ତାନ ଓ ସେପେଫମ୍ବର ୧ରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ରତି ଗ୍ରୁପ୍‌ର ଦୁଇଟି ଲେଖାଏଁ ଦଳ ସୁପର-୪ ଯୋଗ୍ୟତା ଅର୍ଜନ କରିବେ । ସେପେଫମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ ସୁପର-୪ ମୁକାବିଲା ହେବ । ଏହି ପର୍ଯ୍ୟାୟରେ ୪ଟି ଯାକ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ସେପେଫମ୍ବର ୧୧ରେ ମେଘା ଫାଇନାଲ ଆୟୋଜିତ ହେବ ।

 ଆଜିଠୁ ଏସିଆ କପ: ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଅଭ୍ୟାସ ବେଳେ ଭାରତୀୟ ଖେଳାଳି ପ୍ରଥମେ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଥିଲେ । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା । ବିରାଟ କୋହଲି, ରସିଦ ଖାନ୍‌ ଓ ବାବର ପରସ୍ପର ସହ ବେଶ କିଛି ସମୟ କଥା ହୋଇଥିଲେ । କୋହଲି ସେମାନଙ୍କ ହାଲଚାଲ ପଚାରି ବୁଝି ଥିଲେ । ଏସବୁ ଫଟୋ ଓ ଭିଡ଼ିଓକୁ ବିସିସିଆଇ ସୋସିଆଲ ମିଡ଼ିଆ ଟ୍ୱିଟରରେ ସେୟାର କରିଛି । ଏସିଆ କପ ଇତିହାସରେ ଭାରତ ସର୍ବାଧିକ ୭ଥର ଟାଇଟଲ ଜିତିବାର ସଫଳ ହୋଇଛି । ଶ୍ରୀଲଙ୍କା ୫ଥର ଓ ପାକିସ୍ତାନ ୨ଥର ଏସିଆ କପ୍‌ ଟ୍ରଫି ଜିତିଛି ।

Launching Ceremony of “AYUSHMAN BHARAT

Comments are closed.