ଦିଲ୍ଲୀ: ନଭେମ୍ବର ୨୭: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ରାଜନୀତି କୌଶଳ ଦେଖାଇଛନ୍ତି । ମୋହାଲୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନରେ କେଜରିୱାଲ ସାମିଲ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ହେବ ପଞ୍ଜାବର ଶିକ୍ଷକମାନେ ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଏତେ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ସମସ୍ୟା ସମାଧାନ କରୁନାହାନ୍ତି । ଏଣୁ ଏବେ କେଜରିୱାଲ ଧାରଣାରେ ବସିଥିବା ଶିକ୍ଷକଙ୍କୁ ସମର୍ଥନ କରି ସେମାନଙ୍କ ସହ ଧାରଣାରେ ବସିଛନ୍ତି । ଏଥିରେ ଶିକ୍ଷକଙ୍କ ଆନ୍ଦୋଳନ ମଜବୁତ ହେବା ସହିତ ଶିକ୍ଷକମାନେ ଖୁସି ଥିବା ଜଣାଛନ୍ତି ।
କେଜରିୱାଲ କହିଛନ୍ତି, ପଞ୍ଜାବ ସରକାର ତୁରନ୍ତ ଶିକ୍ଷକଙ୍କ ମେରିଟି ଲିଷ୍ଟ ବାହାର କର;ୁ । ଏହାସହିତ ଶିକ୍ଷକ ମାସିକ ୬ ହଜାର ଟଙ୍କାରୁ ବୃଦ୍ଧି କରାଯାଉ ।
ଅନ୍ୟପକ୍ଷେ, ପଞ୍ଜାବ କଂଗ୍ରେସରେ ବିବାଦ ଦେଖାଯାଇଥିଲା ବେଳେ ବିରୋଧୀ ଦଳରେ ଥିବା ଆପ୍ ଦଳ କ୍ଷମତା ଏହାର ସୁଯୋଗ ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ପଞ୍ଜାବର ପ୍ରତିଟି ସମସ୍ୟା ଉପରେ ଆପ୍ ଦଖଲ ଦେବାରେ ଲାଗିଛି ।

Comments are closed.