ବନ୍ଧାହେଲା ଶାଶୁ ହତ୍ୟାକାରୀ ବୋହୂ

ବାରଙ୍ଗ : ଘରେ ଶୋଇଥିବା ଅବସ୍ଥାରେ ଶାଶୁଙ୍କୁ ହତ୍ୟା ଘଟଣାରେ ବୋହୁ ଗିରଫ I ହତ୍ୟାକାରୀ ବୋହୂ ହେଉଛି ସରସ୍ବତୀ ସାହୁ I ତାଙ୍କୁ ଗିରଫ କରିଛି ବାରଙ୍ଗ ପୋଲିସ I ଗତ ୫ ତାରିଖ ଦିନ ରାତିରେ ଗୋଟିଏ ଘରେ ଶାଶୁ ବୋହୂ ଖାଇ ପି’ ଶୋଇଥିବାବେଳେ ସକାଳେ ଶାଶୁ ସୁଚିତ୍ରା ସାହୁଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା I

ଘଟନାନୁସାରେ,ଗତ ଡିସେମ୍ବର ୬ ତାରିଖ ଦିନ ସକାଳେ ବାରଙ୍ଗ ଥାନା ମଧୁପୁର ଗାଁର ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା I ତାଙ୍କ ନାଁ ସୁଚିତ୍ରା ସାହୁ ଏବଂ ସ୍ୱାମୀଙ୍କ ନାଁ ଚତୁର୍ଭୁଜ ସାହୁ I ତାଙ୍କ ବୋଉଙ୍କୁ କେହି ହତ୍ୟା କରିଥିବାନେଇ ସୁଚିତ୍ରାଙ୍କ ପୁଅ ସରୋଜ ବାରଙ୍ଗ ଥାନାରେ ଏତଲା ଦେଇଥିଲେ I ଘଟଣାର ତଦନ୍ତ କରି ବାରଙ୍ଗ ଥାନା ପୋଲିସ ଘର ଭିତରେ ଦେଖିବାକୁ ପାଇଥିଲା ସୁଚିତ୍ରାଙ୍କର ରକ୍ତାକ୍ତ ଶରୀର ଖଟ ଉପରେ ପଡିଥିଲା I ତାଙ୍କ ମୁଣ୍ଡ ଫାଟିଯିବI ସହ ଘର ଭିତରେ ଭଙ୍ଗI ଚୁଡ଼ି ସବୁ ବିଛାଡ଼ି ହୋଇ ପଡିଥିଲା I କିନ୍ତୁ ଘରର ଆଲମିରା ସହିତ ସମସ୍ତ ଆସବାବପତ୍ର ସୁରକ୍ଷିତ ଅବସ୍ଥାରେ ରହିଥିଲା I ତେଣୁ ଏହା ଲୁଟପାଟ ଜନିତ ହତ୍ୟାକାଣ୍ଡ ନୁହେଁ ବୋଲି ଜଣାପଡିଥଲା I ଏହାପରେ ପୋଲିସ ବୋହୂ ସରସ୍ବତୀଙ୍କ ସମେତ ପରିବାର ଲୋକଙ୍କୁ ଥାନାକୁ ଆଣି ଜେରା କରିଥିଲା I ତେବେ କିଛି ସମୟ ଜେରା ପରେ ବୋହୂ ସରସ୍ବତୀ ଶାଶୁଙ୍କୁ ହତ୍ୟା କରିଥିବା କଥା ମାନିଯାଇଥିଲା I କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସଠିକ କାରଣ ଜଣାପଡି ନଥିବା ପୋଲିସ ପ୍ରେସମିଟ ଜରିଆରେ ସୂଚନା ଦେଇଛି I

Govt

Comments are closed.