ବିବାଦୀୟ ମନ୍ତବ୍ୟ ଯୋଗୁଁ କଙ୍ଗନା ହରାଇପାରନ୍ତି ପଦ୍ମଶ୍ରୀ ସମ୍ମାନ

ମୁମ୍ବାଇ:ନଭେମ୍ବର ୧୨: ଦେଶକୁ ମିଳିଥିବା ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିପାରେ । ତାଙ୍କର ସେହି ବିବାଦୀୟ ବୟାନ ପରେ ଏବେ ସାରା ଦେଶରୁ ବିରୋଧର ସ୍ୱର ଉଠିବାକୁ ଲାଗିଛି । ସିନେପ୍ରେମୀଙ୍କ ସହିତ ରାଜନେତାମାନେ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କୁ ଗିରଫ ସହ ତାଙ୍କୁ ମିଳିଥିବା ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଫେରାଇ ନେବାକୁ ଦାବି ହେଉଛି ।

ମହାରାଷ୍ଟ୍ରର ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଥିବା ନୱାବ ମଲ୍ଲିକ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ମଲ୍ଲିକ କହିଛନ୍ତି କି, କଙ୍ଗନାଙ୍କ ଏଭଳି ବୟାନ ଜାତିର ପିତା ଗାନ୍ଧୀଜୀଙ୍କଠାରୁ ଆରମ୍ଭ କରି ଦେଶର ପ୍ରତିଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛି ।
ସେହିପରି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି, କଙ୍ଗନାଙ୍କ ବୟାନ ପୁରା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଅପମାନିତ କରିଛି । ଏଭଳି ବୟାନ ଶୁଣିବା ପରେ ପ୍ରଧାନମନ୍ତ୍ରୀ ନିରବତା ଭଙ୍ଗ କର;ୁ ଓ ସ୍ପଷ୍ଟ କର;ୁ କି ସେ କଙ୍ଗନାଙ୍କ ବୟାନକୁ ସମର୍ଥନ କରୁଛନ୍ତି ନା ବିରୋଧ । ଯଦି ବିରୋଧ କରୁଛନ୍ତି ତେବେ ତୁରନ୍ତ କଙ୍ଗନାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅ;ୁ । ସେହିପରି କଂଗ୍ରେସର ଅନ୍ୟ କିଛି ବରିଷ୍ଠ ନେତା କଙ୍ଗନାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ।
ସୂନଚା ଥାଉଯେ, ସୋସିଆଲ ମିଡିଆରେ କଙ୍ଗନାଙ୍କର ଏକ ୨୪ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି । ଏଥିରେ କଙ୍ଗନା କହୁଛନ୍ତି କି, ଦେଶକୁ ୧୯୪୭ ନୁହେଁ ବାସ୍ତବ ସ୍ୱାଧୀନତା ୨୦୧୪ ପରେ ମିଳିଲା । ୧୯୪୭ ରେ ଯେଉଁ ସ୍ୱାଧୀନତା ଇଂଗ୍ରେଜମାନେ ଭାରତକୁ ଦେଇଥିଲେ ତାହା ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଭିକ୍ଷାରେ ପାଇଥିଲେ ।

Govt

Comments are closed.