ଦିଲ୍ଲୀ: ବଲିଉଡ୍ ଓ ସଙ୍ଗୀତ ପ୍ରେମୀଙ୍କୁ ସୁପର୍ ହିଟ୍ ଗୀତ ଦେଇଥିବା ଲୋକପ୍ରିୟ ଗାୟକ ଜୁବିନ୍ ନୌତିୟାଲଙ୍କ ଏବେ ଗିରଫ ଦାବି ଉଠିଛି । ଗାୟକ ଜୁବିନ୍ ଏବେ ପରବର୍ତ୍ତୀ କନସର୍ଟ ପାଇଁ ଅଡୁଆରେ ଫସିଛନ୍ତି । ସୋସିଆଲ୍ ମିଡିଆରେ ‘ି ଆରେଷ୍ଟଜୁବିନ୍ନୌତିୟାଲ ଦ ଟ୍ରେଣ୍ଡ ଧରିଛି ।
ସୂଚନା ଅନୁସାରେ, ଜୁବିନଙ୍କର ଏକ କନସର୍ଟ ହେବାର ଥିଲା । ଏଥିପାଇଁ ସହରର ଚାରିଆଡେ ପୋଷ୍ଟର ମଧ୍ୟ ଲାଗିଥିଲା । ପୋଷ୍ଟରରେ ଆୟୋଜକଙ୍କ ଫଟୋ ସହ ନାମ ସବୁକିଛି ବିସ୍ତାରରେ ଲେଖାଯାଇଥିଲା । ଉକ୍ତ ପୋଷ୍ଟରରେ ଯେଉଁ ଆୟୋଜକଙ୍କ ପୋଷ୍ଟର ଲାଗିଛି ତାଙ୍କ ନାମ ଜୟ ସିଂହ ।
ହେଲେ ଉକ୍ତ ବ୍ୟକ୍ତିଙ୍କ ନାମ ତାହା ନୁହେଁ ବରଂ ତାଙ୍କର ପ୍ରକୃତ ନାମ ହେଉଛି ରେହାନ୍ ସିଦ୍ଦିକି । ରେହାନ୍ ଜଣେ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ । ଗତ ୩୦ ବର୍ଷ ଧରି ପୋଲିସ ତାଙ୍କୁ ଖୋଜୁଛି । ଏତିକିରେ ରେହାନ୍ ସିଦ୍ଦିକି ଜଣେ କୁଖ୍ୟାତ ଡ୍ରଗ୍ସ ବେପାରୀ । ଏହିପରିକି ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ ସହ ଘନିଷ୍ଠ ସମ୍ପର୍କ ଥିବା ମଧ୍ୟ ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି ।
ରେହାନ୍ ବିରୋଧରେ ଖାଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଏକାଧିକ ଅପରାଧିକ ମାମଲା ରହିଥିବା ଅଭିଯୋଗ ରହିଛି । ତେବେ ଜୁବିନଙ୍କର ରେହାନ୍ ସହ କିପରି ସମ୍ପର୍କ ରହିଛି ବୋଲି ଏବେ ସୋମସଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଗାୟକ ଜୁବିନ୍ଙ୍କ ଗିରିଫ ଦାବି ମଧ୍ୟ ଉଠିଛି ।

Comments are closed.