ଭୁବନେଶ୍ୱର: ଜୁନ ୩୦: ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ ନେଇ ଇଓଡବ୍ଲì ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ । କାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ଆଣି ଇଓଡବ୍ଲì ଜେରା କରୁଥିଲା ବୋଲି ସୂଚନା ମିଳିଛି । ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଦିଲ୍ଲୀର ଜଣେ ବ୍ୟବସାୟୀ ଇଓଡବ୍ଲì ପାଖରେ ଏହି ଅଭିଯୋଗ କରିଛନ୍ତି । ସେପଟେ ଦୁଇ ଦିନ ପୂର୍ବେ ଠକେଇ ଅଭିଯୋଗ ନେଇ ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟା ରଖିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ ଶେଆର କରି ସେ କହିଥିଲେ, ଚ୍ୟାନେଲ କାମରେ ବାହାରେ ଅଛନ୍ତି । ଇଓଡବ୍ଲì ସମନ୍ ପାଇ ତୁରନ୍ତ ଚିଠି ଲେଖି ଜଣାଇଥିଲେ । ରଥଯାତ୍ରା ପରେ ଦେଖା କରିବେ ବୋଲି କହିଥିଲେ ଅର୍ଦ୍ଧେନ୍ଦୁ । ହେଲେ ଇଓଡବ୍ଲì ପୁଣି ତାଙ୍କୁ ସମନ୍ କରିଥିଲା । କେବେ କାହାକୁ ଠକିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଅର୍ଦ୍ଧେନ୍ଦୁ କହିଥିଲେ । ତେବେ ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।

Comments are closed.