ଯୋଗ କରିବା ଦ୍ୱାରା ଶରୀର ସହିତ ମନ ସୁସ୍ଥ ରହିଥାଏ । ଶରୀରେ ରକ୍ତ ଚଳାଚଳ ସଠିକ୍ ଭାବେ ହେଇଥାଏ । ତେବେ ଅର୍ଦ୍ଧ ହଳାସନ କରିବା ଦ୍ୱାରା ପେଟ ଜନୀତ ସମସ୍ୟାଠାରୁ ଆରମ୍ଭ କରି ଅଣ୍ଟା ଓ ବ୍ୟାକ୍ ସମସ୍ୟା ଦୂର ହୁଏ । ମେରୁଦଣ୍ଡ ମଜବୁତ୍ ହୋଇଥାଏ । ପାଚନ ପ୍ରକିୟାରେ ସୁଧାର ଆସିଥାଏ । ଆସନ୍ତୁ ଜାଣିବା ଏହି ଆସନ ବିଷୟରେ-
ଏହି ଆସନ କରିବା ପାଇଁ ପ୍ରଥମେ ଚଟାଣରେ ଏକ ଆସନ ବିଛାଇ ଶୁଅନ୍ତୁ । ନିଜ ଜଙ୍ଘପାଖରେ ହାତକୁ ତଳମୂହାଁ କରି ରଖନ୍ତୁ । ନିଶ୍ୱାସ ନେବା ସହିତ ଧୀରେଧୀରେ ନିଜ ଗୋଡ ଦୁଇଟିକୁ ଉଠାନ୍ତୁ । ଆଣ୍ଠୁ ଭାଙ୍ଗନ୍ତୁ ନାହିଁ । ଗୋଡକୁ ଅଣ୍ଟା ସହ ଲମ୍ବରେ ସମତଳ କରି ସିଧା ରଖନ୍ତୁ । ଏଭଳି ୫ରୁ ୧୦ ମିନିଟ୍ ରଖନ୍ତୁ । ଏହାପରେ ଧୀରେଧୀରେ ନିଶ୍ୱାସ ଛାଡନ୍ତୁ, ଏବଂ ଗୋଡ ତଳକୁ ଆଣନ୍ତୁ । ଏପରି ୩ରୁ ୫ଥର କରିପାରିବେ । ତେବେ ଯଦି ପିଠିରେ ଯନ୍ତ୍ରଣା, ଅଣ୍ଟାରେ ଯନ୍ତ୍ରଣା ଅଛି ତେବେ ଏହା କରିବାରୁ ନିବୃତ୍ତ ରୁହନ୍ତୁ । ଏହି ଆସନ କରିବା ଦ୍ୱାରା ବିଭିନ୍ନ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।
Comments are closed.