ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଡାଏରୀ ନେଇ ଚର୍ଚ୍ଚା: ଖୋଲିପାରେ ଅନେକ ଗୁମର

ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ପୋଲିସ ଜଗବନ୍ଧୁଠାରୁî ଏକ ଡାଏରୀ ଜବତ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି ।

ଗିରଫ ପରେ ପୋଲିସ ଜଗବନ୍ଧୁ ରହୁଥିବା ଘରରେ ସର୍ଚ୍ଚ କରିଛି । ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ତେବେ ଡାଏରୀରେ କ’ଣ ସବୁ ରହିଛି, ଏନେଇ ସେ କିଛି ସୂଚନା ଦେଇ ନାହନ୍ତି । ଡିସିପି ପ୍ରତୀକ ଆହୁରୀ ମଧ୍ୟ କହିଛନ୍ତି ଯେ, ଜଗବନ୍ଧୁ ନିକଟରୁ ୪ଟି ମୋବାଇଲ ଓ ଗୋଟିଏ ଲାପ୍‌ଟପ୍‌ ମଧ୍ୟ ମିଳିଛି । ତେବେ ଡାଏରୀରେ ଯାହା ନାମ ରହିଥିବା, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ହେବ ।

ସୂଚନା ଥାଉଯେ, ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଜଗବନ୍ଧୁଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ରହିଥିଲା । ଉଭୟଙ୍କ ନାମରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦାୟ ଆଦି ଅଭିଯୋଗ ରହିଥିଲା । ତେବେ ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍‌ ପ୍ରମାଣ ପରେ ତାଙ୍କୁ ଗିରଫ କରିଛି ।

Launching Ceremony of “AYUSHMAN BHARAT

Comments are closed.