ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ

ଭୁବନେଶ୍ୱର: ରାଜ୍ୟର ବଡ଼ବଡ଼ିଆ ବିଧାୟକ, ରାଜନେତା, ପୋଲିସ ଓ ବିଜନେସ୍‌ ମ୍ୟାନଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରି ନଥିଲା । ଏଣୁ ଆଜି ଅର୍ଚ୍ଚନା ଏହି ହାଇପ୍ରୋଫାଇଲ୍‌ କେସ୍‌ ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇ ଥିବା ସୂଚନା ମିଳିଛି ।

ସୂଚନା ଥାଉସେ, ଗତକାଲି ଅର୍ଚ୍ଚନାଙ୍କ ଟ୍ରାପ୍‌ରେ ପଡ଼ିଥିବା ରାଜ୍ୟର ୨୫ ଜଣ ବିଶିଷ୍ଠ ନେତାଙ୍କ ବିଷୟରେ ପୋଲିସ ଜାଣିବାକୁ ପାଇଥିଲା । ସେଥିରୁ ଅଧିକାଂଶ ଶାସକ ଦଳ ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଏଣୁ କେସ୍‌ଟି ବାଟବଣା ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ରାଜ୍ୟର ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ଫସାଇ ବ୍ଲାକ୍‌ମେଲ କରି ଟଙ୍କା ହାତେଇ ଥିବା ଅର୍ଚ୍ଚନାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ରହସ୍ୟ ଖୋଲୁଥିବାରୁ, ପୋଲିସ ଏବେ ହରଡ଼ଘଣାରେ ପଡ଼ିଛି ।

Launching Ceremony of “AYUSHMAN BHARAT

Comments are closed.