ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଞ୍ଜିତ ବେହେରା

ଭୁବନେଶ୍ୱର : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା I ରାଜଧାନୀର ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘର ଇଂଟେରିଅର ଡିଜାଇନ୍ କରିଥିଲେ ରଞ୍ଜିତ। ଏହି ବିଳାସମୟ ଘର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହୋଇଛି । ପୂର୍ବରୁ ତାଙ୍କୁ ଇଡି ସମନ କରିଥିଲା।ସେନେଇ ରଞ୍ଜିତଙ୍କୁ ଆଜି ପଚରାଉଚରା କରାଯିବ। ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ ।

ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା ପାଇଥିଲା ଇଡି । ସେହି ଟଙ୍କା କାରବାର ନେଇ ହୋଇପାରେ ଜେରା । ତେବେ ଆଶ୍ଚର୍ଯ୍ୟର କଥା ଅର୍ଚ୍ଚନାଙ୍କ ଘର ଡିଜାଇନ ପାଇ ତୁର୍କୀରୁ ଆସିଥିଲା ଘର ସଜ୍ଜାର ସୌଖିନ ସାମଗ୍ରୀ । ଏସବୁ ପ୍ରସଙ୍ଗରେ ରଞ୍ଜିତଙ୍କୁ ଜେରା କରିପାରନ୍ତି ତଦନ୍ତକାରୀ ଅଧିକାରୀ I
ସେହିପରି ସୋମବାର ଦିନ ଅର୍ଚ୍ଚନାଙ୍କ ଘର ନିର୍ମାଣ କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ୧୩ ଘଣ୍ଟା ଜେରା କରିଥିଲା ଇଡି। ଅନ୍ୟପଟେ ଆଜିଠାରୁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି। ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୦ ଜଣଙ୍କୁ ଜେରା କରିଛି ଇଡି । ସେମାନଙ୍କ ତଥ୍ୟ ଆଧାରରେ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପରେ ପୁଣି ସେହି ବ୍ୟକ୍ତି ମାନଙ୍କୁ ଡାକି ମୁହାଁମୁହିଁ ଜେରା କରିବ ଇଡି ।ଏମାନଙ୍କ ମଧ୍ୟରୁ ଇଡି ପକ୍ଷରୁ ପୁଣି ଥରେ ଶ୍ରଦ୍ଧାଞ୍ଜଳି-ଅକ୍ଷୟ ପରିଜା-ପ୍ରମୋଦ ସ୍ଵାଇଁଙ୍କୁ ମୁହାଁମୁହିଁ ଜେରା କରାଯିବ I

Comments are closed.