ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଥାନାରେ ଅଟକ

0

ଭୁବନେଶ୍ୱର : ପୁଣି ଥରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ମା’ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନାରେ ଅଟକ ଅଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ରାତିରେ ସ୍ୱାମୀ ଜଗବନ୍ଧୁ ଅର୍ଚ୍ଚନା ଏବଂ ତାଙ୍କ ପୁଅକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜଗବନ୍ଧୁଙ୍କ ନିକଟରୁ ଛୁରୀ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ରାତିରେ ଜୋରଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଥିଲେ ସ୍ବାମୀ। ସେହି ସମୟରେ ଅର୍ଚ୍ଚନା ତାଙ୍କୁ ଏଠାକୁ କାହିିଁକି ଆସିଲ ବୋଲି ପଚାରିଥିଲେ। ଏପିରିକି ପିସିଆର୍‌କୁ ଡାକିବାକୁ ଧମକ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ,ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ଅଲଗା ରହୁଛନ୍ତି ।

Govt
Leave A Reply

Your email address will not be published.