କଡା ସୁରକ୍ଷା ମଧ୍ୟରେ ଏସଡିଜେଏମ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର : କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଫିଲ୍ମ ପ୍ରଯୋଜକ ଆଣିଥିବା ବ୍ଲାକମେଲିଂ ମାମଲାରେ ବ୍ୟକ୍ତିଗତ ଭାବରେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା । ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ତାଙ୍କୁ କଡ଼ା ସୁରକ୍ଷାରେ ଆଣି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି । ଗିରଫ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ଅର୍ଚ୍ଚନା । କୋର୍ଟ ଭ୍ୟାନ ରୁ ଓଲ୍ହାଇ ଯିବାବେଳେ ସାମ୍ବାଦିକଙ୍କ ପ୍ରଶ୍ନର କିଛି ଏଇଭଳି ଉତ୍ତର ଦେଇଛନ୍ତି ଅର୍ଚ୍ଚନା I ଗଣମାଧ୍ୟମକୁ ‘ମିଛ ଖବର ପ୍ରସାରଣ ନକରିବାକୁ କହିଛନ୍ତି ଅର୍ଚ୍ଚନା । ଏହା ସହିତ କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ ନକରିବାକୁ ଏବଂ ସମୟ ଆସିଲେ ସବୁ କହିବି । ନିଶ୍ଚୟ କହିବି ’ ବୋଲି କହିଛନ୍ତି I ତାଙ୍କୁ ଦେଖିବା ପାଇଁ ଝାରପଡା ଜେଲ ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା I

ସୂଚନାନୁସାରେ ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା I ତାଙ୍କୁ ୩ କୋଟି ଟଙ୍କାର ବ୍ଲାକମେଲ୍ କରୁଥିବାର ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଉଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି । ଗତ ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ଗିରଫ କରିଥିଲା ପୋଲିସ । ଆଜି SDJM କୋର୍ଟରେ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାନ୍ତି ଜାମିନ ଅବେଦନ କରିଛନ୍ତି । ଅପରାହ୍ନ ୪ଟାରେ ଏନେଇ ଶୁଣାଣି ହୋଇ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ I ।

Govt

Comments are closed.