ଜମି ଡିମାର୍କସେନ ପାଇଁ ଅନଲାଇନରେ ହେବ ଆବେଦନ

0

ଭୁବନେଶ୍ୱର : ଆହୁରି ସହଜ ହେବ ଜମି ଡିମାର୍କସେନ । ଏଥିପାଇଁ ବାରମ୍ବାର ତହସିଲ ଅଫିସ ଦୌଡ଼ି ନୟାନ୍ତ ହେବାକୁ ପଡିବ ନାହିଁ । ଏଣିକି ଘରେ ବସି ଅନଲାଇନରେ ଜମି ଡିମାର୍କସେନ ପାଇଁ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ ଓ ପୋଲିସ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ ।

ଆବେଦନ ପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ । ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ । ଆବେଦନ ସବମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ପଠାଇବେ। SMS ଦ୍ବାରା ତାରିଖ ଆସିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ । ରାଜସ୍ୱ ବିଭାଗ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.