କୋରିଆନ ଶୋ’ରେ ଅନୁଷ୍କା

କମ୍‌ ଆୟୁରେ ମନୋରଞ୍ଜନ ଜଗତରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଆଜିକାଲି ଲାଇମଲାଇଟ୍‌ରେ । ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ବହୁତ ସକ୍ରିୟ । ଏପରିକି ଇନଷ୍ଟାଗ୍ରାମରେ ୩୪ ମିଲିଅନରୁ ଅଧିକ ଫଲୋଅର୍ସ । ନିଜ ଷ୍ଟାରଡମ୍‌ ଦ୍ୱାରା ୧୯ ବର୍ଷୀୟା ଅନୁଷ୍କା ଟେଲିଭିଜନ ଜଗତର ଅନେକ ବଡ଼ ଅଭିନେତ୍ରୀଙ୍କୁ ଟMର ଦେଉଛନ୍ତି ।

କୋରିଆନ ଶୋ’ରେ ଅନୁଷ୍କା

ନିକଟରେ ଅନୁଷ୍କାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆଜିର ଡିଜିଟାଲ ୱାଲïର୍ କାରଣରୁ ମନୋରଞ୍ଜନ ଜଗତରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ତେଣୁ କିଛି ସମୟରୁ ଭାରତରେ କୋରିଆନ ସିରିଜ୍‌, ଫିଲ୍ମ ଏବଂ କେ-ପପ୍‌ କଲcରକୁ ନେଇ ଲଗାତାର କ୍ରେଜ୍‌ ବଢିବାରେ ଲାଗିଛି । ସେହିପରି ଭାରତୀୟ ସିନେମାକୁ ମଧ୍ୟ ତାଙ୍କ ଦେଶରେ ବହୁତ ପସନ୍ଦ କରାଯାଉଛି ।

କୋରିଆନ ଶୋ’ରେ ଅନୁଷ୍କା

ଓଟିଟି ପ୍ଲାଟଫର୍ମରେ କୋରିଆନ ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରାଯାଉଛି । ଦେଶରେ ଏହାର ଟ୍ରେଣ୍ଡ୍‌ ଦେଖି ଚୁଲବୁଲୀ ଅନୁଷ୍କା ସେନ୍‌ କୋରିଆନ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ପୁରାପୁରି ପ୍ରସ୍ତୁତ ଅଛନ୍ତି । ଟେଲିଭିଜନରେ ନିଜର ପାରଦର୍ଶିତା ଦେଖାଇବା ପରେ ଅନୁଷ୍କା ଖୁବଶୀଘ୍ର କୋରିଆନ ସିରିଜ୍‌ରେ କାମ କରିବାକୁ ଯାଉଛନ୍ତି । ସମ୍ପ୍ରତି ଏକ ଇଣ୍ଟରଭୁ୍ୟରେ ଅନୁଷ୍କା କହିଛନ୍ତି ଯେ, ‘ସେ ଏକ କୋରିଆନ ଏଜେନ୍ସି ସହ କାମ କରିବା ପାଇଁ ଖୁବ ଉତ୍ସାହିତ ।

କୋରିଆନ ଶୋ’ରେ ଅନୁଷ୍କା

ମୋର କୋରିଆରେ ବହୁତ ପ୍ରଶଂସକ ଅଛନ୍ତି ଏବଂ ସେମାନେ ଖବୁଶୀଘ୍ର ମୋତେ ତାଙ୍କ ସଂସ୍କୃତି ସହ ଜଡ଼ିତ ହୋଇଥିବା ଦେଖିବାକୁ ପାଇବେ ।’ ଅନୁଷ୍କାଙ୍କ ହାତରେ ଦୁଇଟି କୋରିଆନ ପ୍ରୋଜେକଫ । ଗୋଟେ ସିରିଜ୍‌ ଅନ୍ୟଟି ଏକ ଫିଲ୍ମ । ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ଅନୁଷ୍କା ଶେଷ ଥର ରୋହିତ ସେଟ୍ଟୀଙ୍କ ଷ୍ଟଣ୍ଟ୍‌ ରିୟାଲିଟି ଶୋ ‘ଖତରୋଁ କେ ଖିଲାଡୀ ୧୧’ରେ ନଜର ଆସିଥିଲେ ।

କୋରିଆନ ଶୋ’ରେ ଅନୁଷ୍କା
ଏହାପୂର୍ବରୁ ସେ ଅନେକ ଲୋକପ୍ରିୟ ଧାରାବାହିକ ଯଥା, ‘ୟହାଁ ମେଁ ଘର୍‌ ଘର ଖେଲି’, ‘ବାଲ୍‌ ବୀର’, ‘ଦେବୋ କେ ଦେବ… ମହାଦେବ’, ‘ଖୁବସୁରତ ଲଡକୀ ମର୍ଦାନୀ-ଝାନ୍ସୀ କି ରାନୀ’ରେ ବଳିଷ୍ଠ ଅଭିନୟ କରି ଢେରସାରା ପ୍ରଶଂସା ସାଉଁଟିଛନ୍ତି । ଏପରିକି ଅନେକ ସଙ୍ଗୀତ ଭିଡିଓରେ ନିଜର ଖାସ୍‌ ଅନ୍ଦାଜର ଯାଦୁ ଦେଖାଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।

Govt

Comments are closed.