ପୋଲିସ ଉପରୁ ତୁଟୁଛି ଆସ୍ଥା ,ବୃଦ୍ଧି ପାଇବାରେ ଲାଗିଛି ଚୋରି ହତ୍ୟା ଅସାମାଜିକ କାର୍ଯ୍ୟଳାପ

ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ହତ୍ୟା ଡକାୟତି ଗୋରୁଚାଲାନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ବଢ଼ିଚାଳିଛି । ପ୍ରତ୍ୟେକ ଦିନ ଛୋଟ ବଡ଼ ଚୋରି ଓ ଅସାମଜିକ କାର୍ଯ୍ୟକଳାପ ଘଟଣାମାନ ଘଟୁଥିବା ଖବର ମିଳୁଛି ।

ସେହିପରି ଗତ ଗୁରୁବାର ରାତି ତରଭା ସହରରେ ଥିବା ବିଦେଶୀ ମଦ ଦୋକାନରୁ ସଟର ଫାଡି ସାତ ଲକ୍ଷ ଟଙ୍କାର ମଦ ଚୋରି ହୋଇଥିବା ଜଣାଯାଇଛି । ବିଳମ୍ବିତ ରାତ୍ରିରେ ଚୋରମାନେ ଦୋକାନର ସଟର ତାଲା ଭାଙ୍ଗି ମଦ ଚୋରି କରିବା ସହ ଦୋକାନରେ ଲାଗିଥିବା ସିସି ଟିଭିରେ ଲାଗିଥିବା ଡିଭିଆର ଏବଂ ହାର୍ଡ଼ଡ଼ିସ୍କ ନେଇ ଯାଇଛନ୍ତି । ଖବର ପାଇ ତରଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ, ଏସଆଇ ଯଯାତି କେଶରୀ ସାହୁ ନିକଟରେ ଥିବା ଦୋକାନ ମାନଙ୍କର ସିସି ଟିଭି ଫୁଟେଜ ସଂଗ୍ରହ କରି ଚୋରମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଚଳାଇଛନ୍ତି ।

ପ୍ରକାଶ ଥାଉ ଯେ ବିଦେଶୀ ମଦ ଦୋକାନ ପାଖରେ ଥିବା ହରିହର ଗେରେଜରୁ ମଧ୍ୟ କିଛି ମାସ ତଳେ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିଲା । ଚୋରମାନେ ଚାରିଚକିଆ ଗାଡ଼ିରେ ଆସି ଚୋରି କରି ଖସି ପଳାଇଥିଲେ । ତରଭା ସହରରେ ବିଗତ ଦିନରେ ଚୋରି, ହତ୍ୟା, ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତିି ।

Launching Ceremony of “AYUSHMAN BHARAT

Comments are closed.