ଆସୁଛି ଆଉ ଏକ ଲଘୁଚାପ,୭ ରୁ ବର୍ଷିବା ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ I ୭ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ IMD ସୂଚନା ଦେଇଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି ।

ବର୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି I ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବଢିଚାଲିଥିଲେ ମଧ୍ୟ ସେପ୍ଟେମ୍ବର ମାସ ପାଇଁ ପାଣିପାଗ ଆକଳନ ଅବସରରେ ଏହି ପୂର୍ବାନୁମାନ କରିଛି ଆଇଏମ୍‌ଡି।

ସେହିପରି ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ମୌସୁମୀ ଦୁର୍ବଳ ରହୁଛି ଇ କିନ୍ତୁ ଓଡ଼ିଶାରେ ଆସନ୍ତା ୪ ତାରିଖ ଯାଏ କେତୋଟି ଜିଲ୍ଲାରେ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ I ତେବେ ୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୩ ତାରିଖରେ ୧୦ଟି ଜିଲ୍ଲା ଓ ୪ ତାରିଖରେ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ।

ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ।

Comments are closed.