ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ୪ରୁ ବଢ଼ିବ ବର୍ଷାର ପରିମାଣ । ୮ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଦୁଇ ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କାଁ ଭାଁ କିଛି ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହୋଇପାରେ। ତେବେ ଲଘୁଚାପ ପ୍ରଭାବରେ ୫ରୁ ପୁଣି ବର୍ଷା ବଢ଼ିବ। ୫ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରୀ କରିଛି।

Govt

Comments are closed.