ବରଗଡ଼ : ଥମୁନାହିଁ ଛାତ୍ରୀ ଆତ୍ମାହୁତି ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ସୋମବାର ସକାଳେ ଏଭଳି ଏଜ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ । ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷ ବୟସ୍କା ନାବାଳିକା ନିକଟସ୍ଥ ଫୁଟବଲ ପଡିଆରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି। ନାବାଳିକାଙ୍କର ପ୍ରକୃତ ଘରେ ପଦ୍ମପୁର ତେଣ୍ଡା ପଦର ଗାଁରେ ହୋଇଥିବା ବେଳେ ସେ ଫିରଙ୍ଗିମାଲ ମାମୁଁ ଘରେ ରହି ପାଠ ପଢୁଥିଲେ । ତେବେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନା ତାଙ୍କୁ କେହି ଜାଳି ଦେଇଛି ବର୍ତ୍ତମାନ କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁସାରେ ନାବାଳିକାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ତେଣ୍ଡା ଗାଁରେ । ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବାବେଳେ ସେ ଫିରିଙ୍ଗିମାଲ ମାମୁଁ ଘରେ ପାଠ ପଢୁଥିଲେ । ତେବେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ମାମୁଁଙ୍କ ସହ ନିଜ ଗାଁ ତେଣ୍ଡାକୁ ଆସିଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳେ ଏହି ଅଘଟଣ ଘଟିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ଏବଂ ପରେ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଚିକିତ୍ସା ଜାରି ରହିଛି । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ବରଗଡ଼ ଜିଲ୍ଲା ଏସପି ଅଭିଳାଷ ଜି.ଙ୍କ ତତ୍ୱାବଧାନରେ ୩ ଜଣ ଆଇଆଇସିଙ୍କୁ ନେଇ ଟିମ ଗଠନ କରାଯାଇଛି। ଫିରିଙ୍ଗିମାଲ ଗାଁକୁ ଯାଇ ତଦନ୍ତ କରିବ ପୋଲିସ ଟିମ ।
ଶେଷ ସୂଚନାନୁସାରେ,ବୁର୍ଲା ମେଡିକାଲ ରେ ଆତ୍ମାହୁତି ଉଦ୍ୟମ କରିଥିବା ପୀଡ଼ିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ତଦନ୍ତକାରୀ ଏସପି ଅଭିଳାଷ ଜି. । ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ପୀଡ଼ିତା ଙ୍କ ପରେ ବଳଙ୍ଗା,ପଟ୍ଟାମୁଣ୍ଡାଇ,ଏବଂ ବରଗଡ଼ ପୀଡିତାଙ୍କ ଆତ୍ମାହୁତି ଘଟଣାର ସଠିକ କାରଣ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।