ଆଉ ଜଣେ ବୁଦ୍ଧିଆ,୬ ବର୍ଷର ବାଳକ ଦୌଡିଲେ ୧୭ କିଲୋମିଟର

ମାଲକାନଗିରି : ମାଲକାନଗିରି ର ୬ ବର୍ଷର କୁନି ଧାବକ ରୁଦ୍ର ସେଠି ହେଉଛନ୍ତି ଆଉଜଣେ ବୁଦ୍ଧିଆ ସିଂ I ମାଲକାନଗିରିର ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ସକାଳେ ଆୟୋଜିତ ହୋଇଥିବା ମାରାଥନ ରେ ଯୋଗ ଦେଇଥିଲେ ଏହି କୁନି ଧାବକ I ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I କିନ୍ତୁ ଏହି ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ଥିଲେ ରୁଦ୍ର I ସେ ବିନା ବିଶ୍ରାମ ରେ ଦୌଡ଼ିଥିଲେ ୧୭ କିଲୋମିଟର I ଏତେ ବାଟ ଦୌଡ଼ିବା ପରେ ବି ସେ କୌଣସିପ୍ରକାର ହାଲିଆ କି ଥକ୍କାପଣ ଅନୁଭବ କରି ନଥିଲେ ।

ଏସମ୍ପର୍କରେ ରୁଦ୍ରଙ୍କ ଅଜା ଡି. ରବୀନ୍ଦ୍ର କହିଛନ୍ତି ରୁଦ୍ର ପ୍ରତିଦିନ ୧୦ କୋଲୋମିଟର ଦୌଡ଼ ପ୍ରାକ୍ଟିସ କରୁଛନ୍ତି I ସେ ଏହି ଅଭ୍ୟାସ ୩ ବର୍ଷ ବୟସ ରୁ ଆରମ୍ଭ କରିଛନ୍ତି I ଡି.ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ। ଏହା ସହିତ ସେ ଜଣେ ଭଲ ଫୁଟବଲ ଖେଳାଳି ମଧ୍ୟ I ରୁଦ୍ର ଟଙ୍କା ଅଜାଙ୍କ ସହିତ ଯାଇ ପ୍ରତିଦିନ ପଡିଆରେ ଦୌଡ଼ ଅଭ୍ୟାସ କରିଥାନ୍ତି I ନିଜ ନାତିର ଏପରି ସଫଳତାରେ ବେଶ୍‌ ଖୁସି ଥିବ ତାଙ୍କ ଅଜା । ମାଲକାନଗିରିର ଏହି କୁନି ଧାବକ ରୁଦ୍ର ଭବିଷ୍ୟତ ରେ ଆଉଜଣେ ବୁଦ୍ଧିଆ ସିଂ ହେବ ବୋଲି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି I

Govt

Comments are closed.