ନୂଆ ଅବକାରୀ ନୀତି ଘୋଷଣା

ଭୁବନେଶ୍ୱର : ଆସିଲା ନୂଆ ଅବକାରୀ ନୀତି । ନୂଆ ଅବକାରୀ ନୀତି ଘୋଷଣା କଲେ ଓଡ଼ିଶା ସରକାର । ସେପ୍ଟମ୍ବର ୧ ରୁ ଲାଗୁ ହେବ ଏହି ଅବକାରୀ ନୀତି । ଯେଉଁଥିରେ ନୂଆ ମଦ ଦୋକାନ ଖୋଲିବା, ମଦ ପିଇବା, ବାର୍‌ରେ ନାଚିବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଆଉ ବାର୍‌କୁ ଯାଇ ଡ୍ୟାନ୍ସ କରି ପାରିବେନି ବାର ଡ୍ୟାନ୍ସର । ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ନିୟମ ଲାଗୁ କରାଯାଇଛି। ଏହା ସହିତ ଗାଁ ରେ ମଦ ଦୋକାନ ଖୋଲିବ ନାହିଁ । ତେବେ ବାରରେ ଯାଇ ଗୀତ ଗାଇବା ଓ ପରିବେଷଣ ପାଇଁ ଅନୁମତି ରହିଛି । ଶୁକ୍ରବାର ନୂଆ ଅବକାରୀ ନୀତି ଘୋଷଣା କରିବା ସହିତ ଅନେକ ଗୁଡିଏ କାରବାର ଉପରେ ରୋକ୍‌ ଲଗାଇଛନ୍ତି ସରକାର । ୫୭ ମଦ ଦୋକାନରେ ଲାଇସରନ୍ସ ନବୀକରଣ ହେବ ନାହିଁ। ମଦ ହୋମ୍ ଡେଲିଭରୀ ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ଜରୁରୀ। ସେହିଭଳି ଆଉ କିଛି ନୂଆ ଘୋଷଣା ବି କରାଯାଇଛି ।

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି । ସମୁଦ୍ର ବେଳାଭୂମିରେ ଖୋଲିବ ବିଚ୍‌ ଶ୍ୟାକ୍‌ସ ବା କେବିନ୍ ।ମଦ ହୋମ୍ ଡେଲିଭରୀ ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ଜରୁରୀ । OTDC ପକ୍ଷରୁ ବିଚ୍‌ ଶ୍ୟାକ୍‌ସରେ ମିଳିବ ମଦ, ବିଚ୍‌ ଶ୍ୟାକ୍‌ସ ଅନୁମତି ପାଇଁ OTDC ପାଇବ ୫୦ ହଜାର ଟଙ୍କା । OTDCକୁ ଟଙ୍କା ଦେବେ ବିଚ୍‌ ଶ୍ୟାକ୍‌ସ ବ୍ୟବସାୟୀ,ବିଭିନ୍ନ ନଦୀ, ହ୍ରଦ ଓ ଡ୍ୟାମ୍‌ରେ ବି ଖୋଲିବ ବିଚ୍‌ ଶ୍ୟାକ୍‌ସ, କେବେଳ ଥ୍ରୀ ଷ୍ଟାର ହୋଟେଲକୁ ମିଳିବ ମଦ ବିକ୍ରି ଅନୁମତି,ବାର୍‌ରେ ଡ୍ୟାନ୍ସ ପରିବେଷଣକୁ ମିଳିବନି ଅନୁମତି, ବାର୍ଷିକ ଲାଇସେନ୍ସ ରହିବ ୫୦ ହଜାର ଟଙ୍କା । ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଏଭଳି ଅନୁମତି।

ବେଆଇନ ମଦ କାରବାର ରୋକିବାକୁ ଚଢାଉ ବଢାଯିବ। ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ। କର୍ମଚାରୀଙ୍କୁ ତାଲିମ ଓ ଅଧିକ ଗାଡ଼ି ଯୋଗାଇ ଦିଆଯିବ। ନିଶା ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ, ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ହୋଇଛି।

Govt

Comments are closed.