ବାଘଛାଲ ବିକ୍ରି ବେଳେ ଧରାପଡିଲେ ଦଲାଲ

ମୟୂରଭଞ୍ଜ: ଅପ୍ରେଲ ୦୭: ରାଜ୍ୟରେ ପଶୁ ଶିକରୀ ନିଜର ମନମୁଖି କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏହାର ଟେର୍‌ ପାଉନି ପୋଲିସ୍‌ । ତେବେ ଏହାରି ଭିତରେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗ କରିଛି ଚଢ଼ାଉ । ରେଡ୍ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ରେଡ୍ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ବନ ବିଭାଗ ପକ୍ଷରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜାଗାରୁ ଗିରଫ କରାଯାଇଛି ।

Govt

Comments are closed.