ହାଇଦ୍ରାବାଦ: ଫେବୃଆରୀ ୨୧: ହୃଦ୍ଘାତରେ ଆଜି ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ଼ୀଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସୋମବାର ସକାଳେ ସେ ହଠାତ୍ ଟଳି ପଡ଼ିଥିଲେ, ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଏଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ହୃଦ୍ଘାତ ହୋଇଥିବା କଥା ଜଣାପଡ଼ିଥିଲା ।ଶତଚେଷ୍ଟା ପରେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ, ଶେଷରେ ୯. ୧୬ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ଗୌତମ ଜଣେ ଶିଳ୍ପପତି ତଥା ରାଜନେତା ଏବଂ ନେଲ୍ଲୋରରେ ପୂର୍ବତନ ସାଂସଦ ଏମ୍. ରାଜମୋହନ ରେଡୀଙ୍କ ପୁଅ ଥିଲେ । ସେ ମାଞ୍ଚେଷ୍ଟର୍ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ହାସଲ କରିଥିଲେ । ୨୦୧୪ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୱାଇଏସ୍ଆର୍ପିସି ୫୦ ବର୍ଷିୟ ନେତା ଗୌତମ ନେଲ୍ଲୋର ଜିଲ୍ଲାର ଆତ୍ମକୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିିତ୍ୱ କରୁଥିଲେ । ୨୦୧୯ରେ ଜଗନ ମୋହନ ରେଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୌତମ ପ୍ରଥମ ଥର ମନ୍ତ୍ରୀ ପଦ ପାଇଥିଲେ ।

Comments are closed.