ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !

ମୁମ୍ବାଇ: ଅକ୍‌ଟୋବର ୨୨: ଆରୟନ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍‌ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍‌ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍‌ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍‌ସ ଆାପ୍‌ ଚାଟ୍‌ ସାମ୍ନାକୁ ଆସିଛି । ଯେଉଁଥିରେ ଅନନ୍ୟା ଆରୟନଙ୍କୁ ଗଞ୍ଜେଇ ଯୋଗାଡ଼ କରିବେ ଦେବେ ବୋଲି କହିଛନ୍ତି ।

ଅନନ୍ୟାଙ୍କ ଏହି ହ୍ୱାଟ୍‌ସ ଆାପ୍‌ ଚାଟ୍‌ ଆରୟନ ଖାନ ଡ୍ରଗ୍‌ସ ମାମଲାକୁ ନୂଆ ଦିଗ ଦେଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଅନନ୍ୟା ଡ୍ରଗ୍‌ସ ସପ୍ଲାୟରଙ୍କୁ ଜାଣିଛନ୍ତି ଏବଂ ସେ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ପୋଲିସ ସୂଚନା ଅନୁସାରେ, ଏହି ଚାଟ୍‌ ୨୦୧୮ରୁ ୨୦୧୯ ଭିତରେ ହୋଇଛି । ଯେଉଁଥିରେ ଆରୟନ ଅନନ୍ୟାଙ୍କୁ ଗଞ୍ଜେଇ ଯୋଗାଡ କରିବାକୁ କହୁଛନ୍ତି । ଏହାର ଉତ୍ତରରେ ଅନନ୍ୟା କହୁଛନ୍ତି , ହଁ ସେ ଖୁବଶୀଘ୍ର ଏହାକୁ ଯୋଗାଡ କରୁଛନ୍ତି ।
ଏହି ଚାଟକୁ ନେଇ ଗତକାଲି ଏନସିବି ଅଫିସର ଅନନ୍ୟା ପାଣ୍ଡେଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଆରୟନ ଖାନଙ୍କ ସହିତ ଏହା ତାଙ୍କର ମଜାକ୍‌ ଥିଲା ବୋଲି ଅନନ୍ୟା କହିଛନ୍ତି । କେବଳ ସିଗାରେଟକୁ ନେଇ କଥାବାର୍ତ୍ତା ହୋଇଛି ବୋଲି ସେ ସଫେଇ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.