ରାୟଗଡାରେ ବ୍ୟାପୁଛି ଅଜଣା ରୋଗ,୩ ଦିନରେ ୫ ଶିଶୁ ମୃତ

ରାୟଗଡା : ରାୟଗଡାରେ ବ୍ୟାପୁଛି ଅଜଣା ରୋଗ I ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମନୁସପଦର ଗାଁରେ ଅଜଣା ରୋଗ ବ୍ୟାପି ୩ ଦିନରେ ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି । ଏହାସହିତ ଅନେକ ଶିଶୁ ଆକ୍ରାନ୍ତ ହୋଇ ରାୟଗଡା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହିତ ଏହାର କାରଣ ଖୋଜିବାକୁ ମନୁସପଦର ଗାଁରେ ପହଞ୍ଚିଛନ୍ତି ଏକ ଡାକ୍ତରୀ ଦଳ ।

ସୂଚନା ଅନୁସାରେ, ରାୟଗଡା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମନୁଷପଦର ଗାଁ ହେଉଛି ଏକ ଦୁର୍ଗମ ଅଞ୍ଚଳ । ଚଳିତ ମାସ ୩ ତାରିଖରୁ ଏଠାରେ ଛୋଟ ଶିଶୁମାନେ ଏକ ପ୍ରକାର ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ଗାଁରେ ଆକ୍ରାନ୍ତ ଶିଶୁମାନଙ୍କର ହଠାତ ଗଳା ଫୁଲିଯିବା ସହିତ ଜ୍ବରରେ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ସଚେତନତା ଅଭାବରୁ ଚିକିତ୍ସା ପରିବର୍ତ୍ତେ ଅନେକ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରୁଛନ୍ତି । ଠିକ ସମୟରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ରୋଗରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗ ବହୁ ଶୀଘ୍ର ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାରେ ଲାଗିଛି । ଘଟଣା ଜଣାପଡିବା ପରେ ସାତ ଜଣିଆ ଟିମ ଗାଁକୁ ଯାଇ ଏହି ରୋଗର ଯାଞ୍ଚ କରିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ ପକ୍ଷରୁ ଡିପଥେରିଆ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । କିନ୍ତୁ ରୋଗର କୌଣସି ସୂଚନା ମିଳିନାହିଁ

Govt

Comments are closed.