ବ୍ରିଟିଶ ଆକ୍‌ଟରଙ୍କ ପ୍ରେମରେ ଏମୀ

ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ ଏମୀ ଜ୍ୟାକସନ୍‌ ଯଦିଓ ବଡ଼ ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆ ଜରିଆରେ ଦର୍ଶକଙ୍କ ସହ ଯୋଡ଼ି ହୋଇରହିବାକୁ ପସନ୍ଦ କରନ୍ତି । ଏମୀ ଜ୍ୟାକସନ୍‌ଙ୍କ ନାମ୍‌ ଟପ୍‌ ଏବଂ ବୋଲï ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ରହିଛି, ଯେଉଁଥିପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି । ଆଜିକାଲି ଏମୀ ତାଙ୍କ ନୂଆ ବୟଫ୍ରେଣ୍ଡ୍‌କୁ ନେଇ ପୁଣି ଥରେ ଖବରର ଶିରୋନାମା ପାଲଟିଛନ୍ତି ।

 ବ୍ରିଟିଶ ଆକ୍‌ଟରଙ୍କ ପ୍ରେମରେ ଏମୀ

ସୂଚନା ଅନୁଯାୟୀ ଅଭିନେତ୍ରୀ ଏମୀ ବ୍ରିଟିଶ ଅଭିନେତା ଏଡ୍‌ େୱଷ୍ଟ୍‌ୱିକ୍‌ଙ୍କୁ ଡେଟ୍‌ କରୁଛନ୍ତି । କିଛି ଦିନ ତଳେ ଉଭୟଙ୍କୁ ଲଣ୍ଡନର ସଡ଼କରେ ଏକାଠି ବୁଲୁଥିବା ସ୍ପଟ୍‌ କରାଯାଇଥିଲା । ଉଭୟ ପରସ୍ପରର ହାତ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମେଣ୍ଟ୍‌ର ବର୍ଷା ହେବାରେ ଲାଗିଛି । ଡିସେମ୍ବରରେ ସାଉଦି ଅରବରେ ଆୟୋଜିତ ରେଡ୍‌ ସି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଥମ ଥର ଏମୀ ଏବଂ ଏଡ୍‌ ପରସ୍ପର ଭେଟ ହୋଇଥିଲେ । ଏହାପରଠୁ ଉଭୟ ଡେଟ୍‌ ଆରମ୍ଭ କରିଥିବା ଅନୁମାନ କରାଯାଉଛି । ହେଲେ ଆଜିଯାଏଁ ଏମୀ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା କରିନାହାନ୍ତି ।

 ବ୍ରିଟିଶ ଆକ୍‌ଟରଙ୍କ ପ୍ରେମରେ ଏମୀ

ଏହା ପୂର୍ବରୁ ଏମୀ ଜ୍ୟାକସନ୍‌ ୨୦୧୫ରୁ ବିଜନେସ୍‌ମ୍ୟାନ ଜର୍ଜ ପାନାୟିଟୁଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ । ଏପରିକି ସେପେଫମ୍ବର ୨୦୧୯ରେ ଜର୍ଜଙ୍କଠୁ ଏମୀ ଏକ ପୁତ୍ର ସନ୍ତାନର ଜନନୀ ମଧ୍ୟ ହୋଇଛନ୍ତି । ଜର୍ଜ ଏବଂ ଏମୀଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ୨୦୨୦ର ପ୍ରାରମ୍ଭରେ ଡେଷ୍ଟିନେସନ୍‌ େୱଡିଂ କରିବାର ଯୋଜନା କରୁଥିଲେ । ହେଲେ ୨୦୨୧ରେ ଦୁହେଁଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

 ବ୍ରିଟିଶ ଆକ୍‌ଟରଙ୍କ ପ୍ରେମରେ ଏମୀ

ତେବେ ହଠାତ୍‌ ବିଚ୍ଛେଦ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଏମୀ ପୁଣି ଥରେ ତାଙ୍କ ପାଇଁ ନୂଆ ସାଥୀଟିଏ ଖୋଜିଦେଇଛନ୍ତି । ଅଭିନେତ୍ରୀ ଏମୀ ଶେଷ ଥର ପାଇଁ ରଜନୀକାନ୍ତଙ୍କ ଫିଲ୍ମ ରୋବଟ୍‌ର ସ୍ୱିକେଲ ୨.୦ରେ ନଜର ଆସିଥିଲେ ।

Launching Ceremony of “AYUSHMAN BHARAT

Comments are closed.