ଭୁବନେଶ୍ୱର: ଆରମ୍ଭ ହେବ ବନ୍ଦ ହୋଇ ପଡ଼ିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୩ ହଜାର ୪୫୭ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶାରେ କେତେ ଟଙ୍କା ଦିଆଯାଇଛି, କେତେ ଖର୍ଚ୍ଚ ହୋଇଛି ଆଉ କେତେ କାଟି ଦିଆଯାଇଛି ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତତ୍ତର ରଖିଛନ୍ତି ପଂଚାୟତି ରାଜ ମନ୍ତ୍ରୀ । ଆମ ଓଡ଼ିଶା ନବୀନ ଓଡିଶା ରେ ୩୪୫୭ କୋଟି ର ଟଙ୍କା ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି ।
ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶା ରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଂଚାୟତ ଲେବୁଲ ରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ଆମ ଓଡ଼ିଶା ନବୀନ ଓଡିଶା ବଜେଟ ର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏ ରହିଛି। ଆମ ଓଡ଼ିଶା ନବୀନ ଓଡିଶା ରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ।

Comments are closed.