ନିଜର ସୈାନ୍ଦର୍ଯ୍ୟକୁ ନେଇ ସମସ୍ତେ ଚିନ୍ତିତ ହୋଇଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାର କସ୍ମେଟିକ୍ ବ୍ୟବହାର କରିଥାନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବୁ ଯାହା ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବା ସହିତ ସୁନ୍ଦର ମଧ୍ୟ ରହିପାରିବେ।ଅଁଳା ଏମିତି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।ଅଁଳା ଗଛର ଉଚ୍ଚତା ପାଖାପାଖି ୨୦ ଫୁଟ୍ରୁ ୨୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ଏହା ଏସିଆ ବ୍ୟତୀତ ୟୁରୋପ ଏବଂ ଆଫ୍ରିକାରେ ମଧ୍ୟ ଦେଖାଯାଇଥାଏ। ଭାରତର ହିମାଳୟ ଅଞ୍ଚଳର ଦ୍ୱୀପମାନଙ୍କରେ ଅଁଳା ଗଛ ବହୁ ସଂଖ୍ୟାରେ ଦେଖାଯାଇଥାଏ।ଏହାର ଫୁଲ ଦେଖିବାକୁ ଘଣ୍ଟ ପରି। ଅଁଳା ଫଳ ସାମାନ୍ୟ ରୂପରେ ଛୋଟ ହୋଇଥାନ୍ତି। ଏହି ଫଳର ସ୍ୱାଦ କଷା ହୋଇଥାଏ।ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ’ଣ କ’ଣ ଲାଭ ମିଳିଥାଏ।![]()
୧-ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଅଁଳାରେ ଆଣ୍ଟଅକ୍ସିଡାଣ୍ଟଣ୍ଡ ଗୁଣ ମଧ୍ୟ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ୟ୍ୟ କରିଥାଏ। ଏହା ଥଣ୍ଡା,ଜ୍ୱର ଏବଂ ସଂକ୍ରମଣରୁ ଆମକୁ ରକ୍ଷା କରିଥାଏ।![]()
୨-ଭିଟାମିନ୍ ଏ ,ଭିଟାମିନ୍ ସି ଏବଂ ଭିଟାମିନ୍-ଇ ପଚୁର ପରିମାଣରେ ରହିଥାଏ। ଏହା ଅସମୟରେ ବୃଦ୍ଧାବସ୍ଥାର ଲକ୍ଷଣକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଭିଟାମିନ-ଏ କୋଲୋଜେନ୍ ସୃଷ୍ଟି କରିଥାଏ,ଯାହା ତ୍ୱଚାକୁ ସୁନ୍ଦର କରିଥାଏ।
୩-ଅଁଳାରେ ଭିଟାମିନ୍ ସି ରହିଥିବାରୁ ଏହା କେଶ ଝଡିବାକୁ କମ୍ କରିବା ସହ କେଶକୁ ଘନ କରିଥାଏ।ଏହାକୁ ଉଷୁମ୍ କ୍ଷୀର ସହ ସେବନ କଲେ କେଶ ସୁନ୍ଦର ହୋଇଥାଏ।![]()
୪-ଅଁଳା ଖାଇବା ଦ୍ୱାରା ରକ୍ତହୀନତା ଦୂର ହୋଇଥାଏ।ଯେଉଁମାନଙ୍କୁ ରକ୍ତହୀନତା ହୋଇଥାଏ ତାଙ୍କ ପାଇଁ ଅଁଳା ଏକ ବହୁତ ଭଲ ଔଷଧ। ଏହା ଅନେକ ରୋଗ ପାଇଁ ଲାଭଦାୟକ ଅଟେ।![]()
୫-ପେଟ ସମସ୍ୟା ପାଇଁ ଯଦି ଆପଣ ନିୟମିତ ଭାବେ ଅଁଳାର ସେବନ କରିବେ ତେବେ ଏହା ଆପଣଙ୍କର ପେଟ ସମସ୍ୟାକୁ ଦୂର କରିଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ।





Comments are closed.