ସମୟ ଲାଇଭ୍,୧୯/୧୦: ବଲିଉଡ଼ର ଶେହେନଶାହ ଅମିତାଭ ବଚ୍ଚନ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଥିଲେ।![]()
ସୂଚନା ଥାଉ କି, ଗତ ମଙ୍ଗଳବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର ନାନାବତୀ ମେଡିକାଲ ନେଇଥିଲେ ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ରଖାଯାଇଥିଲା।ଅମିତାଭ ଲିଭର ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବାହାରକୁ ଖବର ପ୍ରଘଟ କରାଯାଇନଥିଲା । କେବଳ ପରିବାର ଲୋକେ ଅମିତାଭଙ୍କୁ ଦେଖା କରିବାକୁ ଯାଉଥିଲେ । ତେବେ ଅଭିତାଭ ସୁସ୍ଥ ହୋଇ ଫେରିବା ପରେ ପରିବାର ଓ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।


Comments are closed.