ରାସ୍ତା ଉପରେ ଯାତ୍ରୀଙ୍କୁ ପିଟିଲେ ଆମ ବସ କଣ୍ଡକ୍ଟର

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଆମ ବସ । ରାସ୍ତା ଉପରେ ଆମ ବସ କର୍ମଚାରୀଙ୍କ ଦାଦାଗିରି । ବସ୍ରୁ ଓହ୍ଲାଇ ଯାତ୍ରୀଙ୍କୁ ବାଡେ଼ଇଲେ । ଘଟଣା ଘଟିଛି ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଥପ୍ପଡ ମାରିଥିଲେ । ଏଭଳି ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି । ଖାଲି ସେତିକି ନୁହେଁ ରାସ୍ତା କଡରେ ତାର ଜାଲିରେ ପକାଇ ପିଟିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ବସ୍‌ ନଂ OD33AH0166 କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଚର୍ଚ୍ଚା ହେଉଛି।

ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ।

Launching Ceremony of “AYUSHMAN BHARAT

Comments are closed.