ଆଲ୍ଫା ଗେଲ୍‌ ସିଣ୍ଡ୍ରୋମ

0

ଏହାର ନାଁ ଭଳି ଏହି ରୋଗ ମଧ୍ୟ ବେଶ ବିରଳ । ଏହି ରୋଗ ଏକପ୍ରକାରର ବିରଳ ମାଂସ ଆଲର୍ଜି । ଏହି ଆଲର୍ଜି ବିଭିନ୍ନ ମାଂସ ଖାଇବା ପରେ ହିଁ ରୋଗୀଙ୍କ ଶରୀରରେ ଦେଖିବାକୁ ମିଳିଥାଏ । ଏହି ଆଲର୍ଜି ହେବା ପରେ ରୋଗୀଙ୍କୁ ନଏଜିଆ, ପେଟରେ ଯନ୍ତ୍ରଣା, ଡାଇରିଆ, ନିଃଶ୍ୱାସ ନେବାରେ ଅସୁବିଧା ଆଦି ଅନୁଭୂତ ହୋଇଥାଏ । ଏହି ରୋଗକୁ ଚିହ୍ନିବା କଷ୍ଟସାଧ୍ୟ । ଏହି ରୋଗ ଖୁବ ଜଟିଳ ପ୍ରକ୍ରିୟା ଦେଇ ମଣିଷ ଦେହକୁ ବ୍ୟାପିଥାଏ । ହରିଣ, ଛେଳି ଭଳି ପ୍ରାଣୀଙ୍କ ରକ୍ତରେ ଆଲଫା ଗେଲ୍‌ ନାମକ ଏକପ୍ରକାର ସୁଗାର ମଲିକ୍ୟୁଲ ମିଳିଥାଏ , ଯାହା ମଣିଷ ରକ୍ତରେ ନଥାଏ । ଯେତେବେଳେ ଟିକ୍ସ ନାମକ ଏକ ପୋକ ସେହି ପ୍ରାଣୀଙ୍କୁ କାମୁଡିବା ପରେ ମଣିଷଙ୍କୁ କାମୁଡିଥାଏ, ସେହିସମୟରେ ଆଲ®ା ଗେଲ୍‌ ମଣିଷଙ୍କ ରକ୍ତରେ ମିଶିଥାଏ । ଏହାପରେ ମଣିଷ ଯେତେବେଳେ କୌଣସି ରେଡ୍‌ ମିଟ୍‌ ଖାଇଥାଏ ସେଥିରେ ଥିବା ଆଲଫା ଗେଲକୁ ତାର ଶରୀର ଫରେନ୍‌ ପାର୍ଟିକିଲ ବୋଲି ବିବେଚନା କରିଥାଏ । ଯାହାଫଳରେ ଶରୀରରେ ଆପେଆପେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ ଏବଂ ଏହା ଆଲର୍ଜିର ରୂପ ନେଇଥାଏ । ଏହି ରୋଗୀମାନେ ହଠାତ ରାତିରେ ଉଠି ପେଟରେ ଯନ୍ତ୍ରଣା ହେଉଥିବାର ଅଭିଯୋଗ କରିଥାଆନ୍ତି । ତେବେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.