ଆପଣଙ୍କ ଜୀବନରେ ସାଥୀଟିଏ ନଥିବାର କାରଣ ଜାଣିଛନ୍ତି କି?

ସମୟ ଲାଇଭ୍‍,୧୫/୧୨: ଜୀବନରେ ସୁଖଦଃୁଖ ବାଣ୍ଟିବା ପାଇଁ କେହି ନା କେହି ଦରକାର। ସବୁ ଏକଲା ମଣିଷ ଏମିତି ଏକ ସାଥୀର ଅନୁସନ୍ଧାନରେ ରହିଥାନ୍ତି। ଏକାକୀ ଜୀବନ ବିତାଉଥିବା ବ୍ୟକ୍ତି ତାର ଏକୁଟିଆପଣର କାରଣ ଖୋଜିବୁଲିଥାଏ। ତେବେ ଆସନ୍ତୁ ପଢ଼ିବା ନିମ୍ନୋକ୍ତ କାରଣଗୁଡ଼ିକ ମଧ୍ୟରୁ କେଉଁ ଗୋଟିଏ କାରଣ ଯୋଗୁଁ ଆପଣଙ୍କୁ ଏକାକୀ ଜୀବନ କାଟିବାକୁ ପଡ଼ୁଥାଇପାରେ।
-ପ୍ରେମ ଏପରି ଏକ ସମ୍ପର୍କ ଯେଉଁଥିରେ ସମୀପତା ,ସମୟ ଓ ସମର୍ପଣକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ଏଣୁ ପ୍ରେମରେ ଉଭୟଙ୍କ ଇଚ୍ଛା ଓ ବୁଝାମଣାକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ।
-କେତକ ବ୍ୟକ୍ତିଙ୍କୁ ଏକୁଟିଆପଣକୁ ଡ଼ର ଲାଗୁଥିବା ବେଳେ ଅନ୍ୟ କେତକଙ୍କର ଏକୁଟିଆ ପଣ ଅଭ୍ୟାସରେ ପଡ଼ିଯାଇଥାଏ। ତେଣୁ ଯେଉଁମାନେ ଚାହାନ୍ତି ତାଙ୍କ ଜୀବନରେ କେହି ହସ୍ତାକ୍ଷେପ ନକରନ୍ତୁ ସେମାନଙ୍କୁ ସାଥୀଟିଏ ମିଳିବା କଷ୍ଟ।
-ଯଦି ଆପଣ ଆପଣଙ୍କ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିନାହାନ୍ତି ତେବେ ଆପଣ ସ୍ୱଭାବରେ ଚିଡ଼ଚିଡ଼ା ହେବାକୁ ଲାଗନ୍ତି। ଏ ପରିସ୍ଥିତିରେ ଆପଣଙ୍କ ସାଥୀ ହେବା ପରିବର୍ତ୍ତେ ସାଥୀ ଆପଣଙ୍କ ଠାରୁ ଦୂରେଇଯାଆନ୍ତି।
-ଯଦି ଆପଣ ପୁରୁଣା ସାଥୀଙ୍କୁ ଭୁଲିପାରିନାହାନ୍ତି ତେବେ ଆପଣଙ୍କ ଜୀବନରେ ନୂଆ ସାଥୀ ଆସିବା ସମ୍ଭାବନା କମ୍‍।
– ତେବେ ଯଦି ଆପଣ ଆପଣଙ୍କ ଚର୍ତୁପାଶ୍ୱରେ ଥିବା ବ୍ୟକ୍ତିଙ୍କୁ ଯଥୋଚିତ ସମ୍ମାନ ଦେଇ ଜାଣନ୍ତି ତେବେ ଆପଣଙ୍କୁ ଭଲ ସାଥୀଟିଏ ମିଳିପାରିବ।

Launching Ceremony of “AYUSHMAN BHARAT

Comments are closed.