ଭବାନୀପାଟଣା : ଚଳିତ ବର୍ଷ ୨୦୨୨ ଚୁକ୍ତି ଭିତିକ ଶିକ୍ଷକ ନିଯୁକ୍ତି ଅନୀୟମିତତା ଓ ଦୁର୍ନୀତି ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉଚ୍ଚ ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ ଏକ ୭ ଦଫଅ ଦାବୀ ସମ୍ବଳିତ ଦାବୀପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।
ଦାବୀଗୁଡିକ ମଧ୍ୟରେ ଚଳିତବର୍ଷ ଠିକା ହାଇସ୍କୁଲ ଶିକ୍ଷକ (ଆଇ.ଏ.ଟି) ରେ ହୋଇଥିବା କର୍ପୋରେସନ୍ ପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ସିବିଆଇକୁ ହସ୍ତାନ୍ତ କରାଯାଉ । ଯେଉଁ ଦଲାଲ କିମ୍ବା ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଏଭଳି କେତେକ ଦାବୀ ସମେତ ଆଗାମୀ ଦିନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଦ୍ୱାରା ବିଜ୍ଞାପନ ଅନୁଯାୟୀ କଳାହାଣ୍ଡି (ଏସ୍ଟି ଓ ଏସ୍ସି ଡେଭଲପ୍ମେଣ୍ଟ ସେକ୍ସନ୍) ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ହେବାକୁ ଯାଉଥିବା ଲିଖିତ ପରୀକ୍ଷାକୁ ସୁଗମ ଓ ସ୍ୱଚ୍ଛତା କରିବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆକାଶ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ନାଏକ, ଯୁଗଳ କିଶୋର ସାହୁ, ଇଶ୍ୱର ଚନ୍ଦ୍ର ସାହୁ, ନିତେଶ କୁମାର ସିଂହ, ବବ୍ଲୁ ମେହେର, ମୀନକେତନ ବଡକିଆ, ଲେଖରାଜ ସାହୁ, ଦୀପ୍ତି ରଞ୍ଜନ ନାଏକ, ଅମିୟ କୁମାର ଓ ବିକାଶ କୁମାର ପ୍ରଧାନ ଅଂଶଗ୍ରହଣ କରିଥିଲେ ।
Comments are closed.