ଭୁବନେଶ୍ୱର:ଜୁନ ୨୯: ୨ରୁ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ଅଧିବେଶନକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ସେଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି । ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସବୁ ଦଳର ନେତା ଯୋଗ ଦେଇଛନ୍ତି । ଆରୁଖ ବାଚସ୍ପତି ହେଲା ପରେ ମୌସୁମୀ ଅଧିବେଶନରେ ସେ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିଛନ୍ତି । ମାର୍ଚ୍ଚ ମାସରେ ହୋଇଥିବା ଅଧିବେଶନରେ କଟକଣା ଉଠାଇ ପୂର୍ବ ପରି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ । କି;ୁ ତତକାଳୀନ ବାଚସ୍ପତି ତାହାକୁ ଗ୍ରହଣ କରିନଥିଲେ । ସେହିପରି ବିଧାନସଭା ପ୍ରେସ୍ ଗ୍ୟାଲେରିରୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ହୋଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇନଥିଲା । ବର୍ତ୍ତମାନ ରାଜ୍ୟରେ କୋଭିଡ୍ କଟକଣା ନଥିଲା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆଜି ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୨ ତାରିଖରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେଇଛି । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ । ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ ।

Comments are closed.